ଜୁନାଗଡ ବଜାର ପଡ଼ାରେ ଦୃତ୍ୟ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପୋଡ଼ା ମହାଦେବଙ୍କ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଜୁନାଗଡ଼ ବଜାର ପଡ଼ାରେ ଦୃତ୍ୟ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ନାମଯଜ୍ଞର କର୍ତ୍ତା ଭାବେ ପୁଷ୍ଟମ କଟା ଓ ତାଙ୍କ ଧର୍ମପତ୍ନୀ ମନୋରମା କଟା ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁ ଓ ମହିଳାମାନେ ଉପସ୍ଥିତ ରହି ନାମ ସଂକୀର୍ତ୍ତନ, ପୂଜାର୍ଚ୍ଚନା ଓ ଦର୍ଶନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା କୀର୍ତ୍ତନ ମଣ୍ଡଳୀମାନଙ୍କ ଦ୍ୱାରା ହୋଇଥିବା ହରିନାମ ସଂକୀର୍ତ୍ତନ ଭକ୍ତମାନଙ୍କୁ ଗଭୀର ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିଥିଲା। କମିଟିର ସଭାପତି ସଚିନ୍ ଅନ୍ଦାନୀ, ଉପସଭାପତି ପ୍ରଶାନ୍ତ ନିଆଲ, ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ରାଜନ କଟା, କୋଷାଧ୍ୟକ୍ଷ ସରୋଜ ବରାଲ ଓ ରାକେଶ ଅନ୍ଦାନୀଙ୍କ ସହିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପୋଡ଼ା ମହାଦେବ ଅଷ୍ଟପ୍ରହରୀ ନାମଯଜ୍ଞ କମିଟିର ସମସ୍ତ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଭକ୍ତମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ବସିବା ବ୍ୟବସ୍ଥା ଓ ଶୃଙ୍ଖଳା ରକ୍ଷା ସହ ଦୁଇପହର ଓ ରାତିରେ ପ୍ରସାଦ ସେବନର ସୁଚାରୁ ବ୍ୟବସ୍ଥା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.