ସୁବାସ ବୁଡେକ ସଇଁତଳା ବ୍ଳକ ବିଜେଡିର ନୂତନ ସଭାପତି 

ଓଡ଼ିଆ ବାର୍ତ୍ତା/ ମୁରିବାହାଲ/ ସଇଁତଲା (ଅମରେଶ ମାଝୀ/ ଗୋକୁଳାନନ୍ଦ ବଗର୍ତ୍ତୀ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବଲାଙ୍ଗୀର ଜିଲ୍ଲା ସଭାପତି ସରୋଜ ମେହେରଙ୍କ ଅନୁମୋଦନ କ୍ରମେ ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଳକ, ୨ଟି ମୁନସିପାଲିଟି ଓ ୩ଟି ଏନଏସି ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି କ୍ରମରେ ସଇଁତଲା ବ୍ଲକ ବିଜେଡି ସଭାପତି ଭାବେ ସୁବାସ ବୁଡ଼େକଙ୍କୁ ମନୋନୀତ କରାଯାଇଛି। ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଉତ୍ସାହ ଖେଳିଯାଇଛି ଏବଂ ଅଞ୍ଚଳର ବହୁ ବିଜେଡି କର୍ମୀ ମାନେ ଶ୍ରୀ ବୁଡ଼େକଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଉଛନ୍ତି। ଏହା ପୂର୍ବରୁ ସେ ଅଞ୍ଚଳର ସମିତି ସଭ୍ୟ ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ଏକ ଶୃଙ୍ଖଳିତ ବିଜେଡି କର୍ମୀ ଭାବେ ଜଣାଶୁଣା। ସେ ସଇଁତଲା ବ୍ଲକରେ ଅନେକ ସମାଜ ମୂଳକ କାମ ଓ ସମାଜ ସେବାରେ ଲିପ୍ତ ଥିବାବେଳେ ବିଜେଡି ବ୍ଲକ ସଭାପତି ନିୟୋଜିତ ହେବାପରେ ଆଗାମୀ ଦିନରେ ଦଳକୁ ସୃଦୁଢ ଓ ସଂଗଠିତ କରିବାନେଇ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.