ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ| ସିନ୍ଧେକେଲା (ଅମରେଶ ମାଝୀ): ସଇତାନ ସ୍ୱାମୀର ନୃଶଂସ କାଣ୍ଡ। ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସିନ୍ଧେକେଲା ଥାନା ଜାମପଡା ଗାଁ ରେ। ଜାମପଡା ଗାଁର କୃପାସିନ୍ଧୁ ରଣା ନିଜ ସ୍ତ୍ରୀ ପୁଷ୍ପାଞ୍ଜଳି ରଣାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭଯୋଗ କରିଛନ୍ତି ମୃତ ପୁଷ୍ପାଞ୍ଜଳିର ବାପା। ଗତ କିଛି ବର୍ଷ ହେଲା ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହୁଥିବା ବେଳେ ବିଭିନ୍ନ ସମୟରେ ମଦ୍ୟପାନ କରି ସ୍ତ୍ରୀକୁ ମାଡ଼ ମାରୁଥିବା ବେଳେ ଗତ କାଲି ରାତିରେ ହତ୍ୟା କରିଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ। ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ଼ ଏସ୍ଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟା କରି ସ୍ୱାମୀ ଜଣକ ଏକ ଘରେ ଲୁଚି ରହିଥିବା ବେଳେ କୃପାସିନ୍ଧୁ ରଣାକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଛି। ଗତ ୧୦ ବର୍ଷ ରୁ ପୂର୍ବରୁ ରଜାମରା ଗ୍ରାମରୁ ସେ ବିବାହ କରିଥିଲା। ତାଙ୍କ ଦୁଇ ପୁଅ ରହିଥିବା ବେଳେ ଅନ୍ୟ ଗ୍ରାମରେ ସମ୍ପର୍କୀୟଙ୍କ ଘରେ ରଖିଦେଇ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.