ବାମସେଫ୍ ର ୧୫ତମ ଓଡ଼ିଶା ରାଜ୍ୟ ଅଧିବେଶନ

ବଲାଙ୍ଗିର,୨୫/୮ : ବଲାଙ୍ଗିର ଟାଉନହଲ ଠାର ଆଜି (ରବିବାର) ବାମସେଫର ୧୫ତମ ଓଡ଼ିଶା ରାଜ୍ୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବାମସେଫ୍ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ । ରାଷ୍ଟ୍ରୀୟ ପ୍ରଚାରକ ତଥା ସିଇସି ସଦସ୍ୟ ବାମସେଫ ନୂଆଦିଲ୍ଲୀ ମା. ଭାଞ୍ଜି ଭାଇ ରାଠୋଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ମା. ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସିଂ ଜିଲ୍ଲା କୃଷି ଅଧିକାରୀ ରାୟଗଡ଼ା, ବିଶେଷ ଅତିଥି ଭାବରେ ଡକ୍ଟର ପବିତ୍ର ମୋହନ ମଲିକ ସର୍ଜରୀ ବିଶେଷଜ୍ଞ ଓଡ଼ିଶା, ଡାକ୍ତର ସୁଶାନ୍ତ କୁମାର ସ୍ୱଳା ହ୍ୱଦରୋଗ ବିଶେଷଜ୍ଞ ଓଡ଼ିଶା, ଡାକ୍ତର ନୀଳମଣି ଦୀପ ବରିଷ୍ଠ ପ୍ରାଣି ଚିକିତ୍ସକ ଓଡ଼ିଶା, ଇଂ ରେକ ଚନ୍ଦ୍ର କୁମାର  ନିବହିଯନ୍ତ୍ରି ଓଡ଼ିଶା, ମା.ଚନ୍ଦ୍ର କାନ୍ତ ମାଝି ଜିଲ୍ଲା କଲ୍ୟାଣ ଅଧିକାରୀ ପୁରୀ, ଇ.ଜଗନ୍ନାଥ ପାଣି ନିର୍ବାହୀ ଯନ୍ତ୍ରି ଜଳ ସେଚନ ବିଭାଗ ଓଡ଼ିଶା, ମା. ହିମାଞ୍ଚଳ ମାଝୀ ଭୁମି ଅଧୀଗ୍ରହଣ ଅଧିକାରୀ ନୂଆପଡ଼ା, ମା. ସତ୍ୟ ନାରାୟଣ କୁମୁରା ଜେଡବ୍ଲୁଏମ ବଡମାଲ, ମା. ରବୀନ୍ଦ୍ର କୁମାର ବେହେରା ସହକାରୀ ପ୍ରଫେସର ଗଙ୍ଗାଧର ମେହେର କଲେଜ ସମ୍ବଲପୁର ପ୍ରମୂଖ ମଞ୍ଚାସୀନ ଥିଲେ । ଏହି ସଭାର ଉଦେଶ୍ୟ ଥିଲା ବର୍ତ୍ତମାନ କେନ୍ଦ୍ର ସରକାର କାର୍ଯ୍ୟ ପାଳିକା ମିଡ଼ିଆ ଏବଂ ନିର୍ବାଚନ ଆୟୋଗଙ୍କ ମିଳାମିଶା ଇଭିଏମ ଘୋଟଲା ସମେତ ଅନ୍ୟ ତିନୋଟି ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । 

(କ୍ଲିକ କରି ଦେଖନ୍ତୁ ଭିଡିଓ 👇)
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.