ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ବ୍ଲକ ପାର୍ଶ୍ଵସ୍ଥ ମିଶନ ଶକ୍ତି କାଫେ ସମ୍ମୁଖରେ ରହିଥିବା ରୋହିତ ସାହୁଙ୍କ ଘରେ କୌଣସୀ କାରଣରୁ ନିଆଁ ଲାଗି ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଶ୍ରୀ ସାହୁଙ୍କ ଉପର ମହଲା ଘରେ ସନ୍ଧ୍ୟା ସମୟରେ ଖୁବ ଜୋର ଧୁଆଁ ବାହାରୁଥିବା ଦେଖି କିଛି ଲୋକ କହିବା ପରେ ଶ୍ରୀ ସାହୁଙ୍କ ବଡ ଭାଇ ଆଇନଜୀବୀ ଡୋଳାମଣି ସାହୁ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଧ ଘଂଟାଏ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିପାରି ଥିଲେ। ସେତେ ବେଳକୁ ଘରର ଜିନିଷ ପତ୍ର, ଆସବା ପାତ୍ର, ଖଟ, ପଲଙ୍କ ସବୁ ପୋଡି ପାଉଁଶ ହୋଇ ଯାଇଥିଲା। ଏହି ଅଗ୍ନୀ କାଣ୍ଡରେ ଶ୍ରୀ ସାହୁଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ହେଲେ ସଟ ସର୍କିଟ ନା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ।




