ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ପତ୍ରାପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରେଣୀ ଗୃହ ଅଭାବରୁ ବିଦ୍ୟାଳୟ ବାରଣ୍ଡାରେ ଚାନ୍ଦୁଆ ଟାଣି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରାଯାଉଛି । ଛାତ୍ରଛାତ୍ରୀ ବାହାରେ ବସି ପରୀକ୍ଷା ଦେଉଛନ୍ତି ।ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୭ ଜଣ ଶିକ୍ଷକ ନିୟୋଜିତ ହୋଇଥିବା ବେଳେ ମାତ୍ର ୨ ଟି ଶ୍ରେଣୀ ଗୃହ ରହିଛି । ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି କିନ୍ତୁ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।ଗାଁରେ ଅନ୍ୟ ସ୍ଥାନରେ ବିଦ୍ୟାଳୟର ୩ ଟି କୋଠରୀ ଏକ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ହସ୍ତାନ୍ତର କରାଯାଇନଥିବାରୁ ୨ ଟି ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଯାଉଛି । ପରୀକ୍ଷା ଯୋଗୁଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ ଚାନ୍ଦୁଆ ଟାଣି ପରୀକ୍ଷା କରାଯାଉଥିବା ଜଣାପଡିଛି ।




