ପଶୁଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥ ରାଜୀବ ଭବନ ଠାରେ ନାବାର୍ଡ ସହାୟତାରେ ପଶ୍ଚିମ ଓଡ଼ିଶା ଗ୍ରାମୀଣ ବିକାଶ ସଙ୍ଘ ଦ୍ୱାରା ଆୟୋଜିତ ପଶୁ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି | ଶିବିର ୧୩ ଦିନ ଧରି ଚାଲିଥିବା ବେଳେ ଏଥିରେ ପଶୁ ପୋଷଣ ସମ୍ବନ୍ଧୀୟ ମୌଳିକ ଜ୍ଞାନ, ସ୍ଥାନୀୟ ଉପାଦାନ ଚିହ୍ନଟ ଓ ପୋଷକ ମୂଲ୍ୟ ନିରୂପଣ, ସମତୁଲ ଖାଦ୍ୟ ମିଶ୍ରଣ ପ୍ରସ୍ତୁତିର କୌଶଳ, ଖର୍ଚ୍ଚ-ଲାଭ ବିଶ୍ଳେଷଣ କ୍ଷମତାର ବିକାଶ ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା | ବୁରଡା ଗ୍ରାମସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ସଦସ୍ୟ ତାଲିମ ଗ୍ରହଣ କରିଥିଲେ |ଉଦଯାପନୀ ସଭାରେ ନାବାର୍ଡ ଅଧିକାରୀ ବିବେକ କୁମାର ନାୟକ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ଇତିଶ୍ରୀ ସାହୁ, ତାଲିମଦାତା ଝସକେତନ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀଗଣ ସ୍ଥାନୀୟ ଉପାଦାନର ଉପଯୋଗରେ, କମ ଖର୍ଚ୍ଚରେ ପଶୁ ଖାଦ୍ୟ ପ୍ରସ୍ତୁତ କରି ଅଧିକ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ | ଏହି ଅବସରରେ ଅତିଥିଗଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରମାଣ ପତ୍ର ବିତରଣ କରିଥିଲେ |ଶେଷରେ କୋଷଧ୍ୟକ୍ଷ ପରମେଶ୍ୱର ରଣା ଧନ୍ୟବାଦ ଅର୍ପଣ କରିଥିଲେ | ପଶ୍ଚିମ ଓଡ଼ିଶା ଗ୍ରାମୀଣ ବିକାଶ ସଙ୍ଘ, ଟିଟିଲାଗଡ଼ର ସମ୍ପାଦକ ନାରାୟଣ ସାହୁ, ସଦସ୍ୟ ଗରିବ ମଲ୍ଲିକ, ସଦସ୍ୟା ଅନୁପମା କୁମ୍ଭାର, ଶକୁନ୍ତଳା ରାଓ, ଜେମାମଣି ମଲ୍ଲିକ ପ୍ରମୁଖ ଶିବିର ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.