ଅମ୍ରିତା ପ୍ରୀତମ୍’ଙ୍କ ଦୁଇଟି କବିତା

ଅଗଷ୍ଟ ୩୧ ତାରିଖ ପ୍ରସିଦ୍ଧ ଲେଖିକା ଅମ୍ରିତା ପ୍ରୀତମ୍’ଙ୍କ ୧୦୦ତମ ଜୟନ୍ତୀ, ଯିଏକି ପଞ୍ଜାବୀ ଭାଷାର ଜଣେ ଶୀର୍ଷସ୍ଥାନୀୟ କବି ଓ କଥାକାରମାନଙ୍କ ମଧ୍ୟରେ ଅନ୍ୟତମ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅସନ୍ତୁ ପଢ଼ିବା ତାଙ୍କର ଦୁଇଟି ଚମତ୍କାର କବିତାର ଓଡ଼ିଆ ରୂପାନ୍ତର ।

ଅନୁବାଦ: ସୁଧୀର କୁମାର ଧଙ୍ଗଡ଼ାମାଝୀ

ରାଜନୀତି

ଶୁଣିଛି ରାଜନୀତି ଗୋଟେ କ୍ଲାସିକ୍ ଫିଲ୍ମ
ହିରୋ: ବହୁମୁଖୀ ପ୍ରତିଭାର ଅଧିକାରୀ
ନିତି ନିଜ ନାଁ ବଦଳାଏ
ହିରୋଇନ୍: କ୍ଷମତା ସିଂହାସନ, ଅପରିବର୍ତ୍ତନୀୟ
ଏକ୍ସଟ୍ରା: ଲୋକସଭା ଓ ରାଜ୍ୟସଭା ସଦସ୍ୟ
ଫାଇନାନ୍ସର୍: ଦିନ ମଜୁରିଆ,
ଶ୍ରମିକ ଓ କୃଷକ
(ଫାଇନାନ୍ସ କରନ୍ତିନି, କରାନ୍ତି)
ସଂସଦ: ଇନ୍-ଡୋର୍ ଶୁଟିଂ ସ୍ଥାନ
ସମ୍ବାଦପତ୍ର: ଆଉଟ୍-ଡୋର୍ ଶୁଟିଂର ସାଧନ
ଏଇ ଫିଲ୍ମ ମୁଁ ଦେଖିନାହିଁ
ଖାଲି ଶୁଣିଛି
କାହିଁକିନା ସେନ୍ସର୍ କହେ-
‘ନଟ୍ ଫର୍ ଏଡଲ୍ଟସ୍ ।’

ମୋ’ ଠିକଣା

ଆଜି ମୁଁ
ନିଜ ଘରର ନମ୍ବର୍ ଲିଭାଇଛି
ଆଉ ଗଳିମୁଣ୍ଡରେ ଲାଗିଥିବା
ଗଳିର ନାଁ ହଟାଇଛି
ଆଉ ପ୍ରତିଟି ରାସ୍ତାର
ଦିଗର ନାଁ ପୋଛିଦେଇଛି
ତଥାପି ମୋତେ ନିହାତି ଭେଟିବାର ଥିଲେ
ପ୍ରତିଟି ଦେଶର, ପ୍ରତିଟି ସହରର,
ପ୍ରତିଟି ଗଳିର ଦ୍ୱାର ଠକ୍ ଠକ୍ କର
ଏହା ଗୋଟେ ଅଭିଶାପ, ଏହା ଗୋଟେ ବରଦାନ
ଆଉ ଯେଉଁଠି ବି
ସ୍ୱାଧୀନ ଆତ୍ମାର ଝଲକ୍ ଦିଶେ
-ଜାଣିବ ସେଇଟା ମୋ’ ଘର ।

writersudhir@gmail.com

ଏଠି ଛୁଇଁ odiabarta.in ର ସାହିତ୍ୟ ଗ୍ରୁପ୍’ରେ ଯୋଗଦିଅନ୍ତୁ, ସାହିତ୍ୟ ସମ୍ପର୍କିତ ସମସ୍ତ ସୂଚନା ପାଆନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.