ନର୍ଲାରେ ଦିନିକିଆ ଏସଆଇଆର ତାଲିମ ଶିବିର: ତାଲିମ ନେଲେ ୨୫୦ ଶିବିରାର୍ଥୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନୋଡାଲ ହାଇସ୍କୁଲ ଠାରେ ନିର୍ବାଚନ ଅଧିକାରୀ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଏସଆଇଆର ଶିବିର ଅନୁଷ୍ଠିତ ହୋଇଯାଇଛି। ୨୦୦୨ ଭୋଟର ତାଲିକା ସହିତ ୨୦୨୫ ଭୋଟର ତାଲିକାରେ ରହିଥିବା ଭୋଟର୍ସଙ୍କ ନାମକୁ ସ୍ୱତନ୍ତ୍ର ସଘନ ସଂଶୋଧନ କରିବା ପାଇଁ ବିଏଲଓ ଓ ସୁପରଭାଇଜର ମାନେ ଘରଘର ବୁଲି ବାକି ରହିଥିବା ଭୋଟର୍ସ ମାନଙ୍କ ନିକଟକୁ ଯାଇ ପରିଗଣନା ଫର୍ମରେ ଭୋଟର୍ସ ମାନଙ୍କ ତଥ୍ୟ ସଂଗ୍ରହ କରିବା ଉପରେ ଏହି ତାଲିମ ସ୍ୱତନ୍ତ୍ର ଭାବରେ ଅନୁଷ୍ଠିତ ହୋଇଥିଲା। ଏହି ଦିନିକିଆ ପ୍ରଶିକ୍ଷଣ ଶିବିରରେ ବିଏଲଓ, ସୁପରଭାଇଜର ଓ ଭୋଲେଣ୍ଟିଅର ଏଭଳି ୨୫୦ ଜଣ ଶିବିରାର୍ଥୀ ଦୁଇଟି ପର୍ଯ୍ୟାୟରେ ତାଲିମ ନେଇଥିବା ଜଣାପଡିଛି। ବିଏଲଓ ଭାବରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ, ସୁପରଭାଇଜର ଭାବରେ ପ୍ରଧାନ ଶିକ୍ଷକ ମାନେ ଓ ସ୍ୱେଚ୍ଛାସେବୀ ଭାବରେ ଆଶା ଏବଂ ଅଙ୍ଗନୱାଡି କର୍ମି ମାନେ ଉପସ୍ଥିତ ରହି ତାଲିମ ନେଇଥିବା ଜଣାପଡିଛି। ତାଲିମ ଟି ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ମାଧ୍ୟମରେ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି। ଶିବିର ପ୍ରାରମ୍ଭରେ ନିର୍ବାଚନ ଅଧିକାରୀ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ରିସୋର୍ସ ପର୍ସନ ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିକେକାନନ୍ଦ ମହାନନ୍ଦ, ନର୍ଲା ଅତିରିକ୍ତ ତହସିଲଦାର ମନୋରଞ୍ଜନ ନାୟକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ଜିଡିପିଓ ଯଦୁମଣି ନାଏକ ପ୍ରମୁଖ ମଞ୍ଚାସୀନ ରହି ତାଲିମ ର ପ୍ରକ୍ରୀୟା, ସ୍ୱଚ୍ଛତା ଓ ଶୃଙ୍ଖଳା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ନିର୍ବାଚନ ଅଧିକାରୀ ନର୍ଲା ବିଡିଓ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶିବିରର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ନର୍ଲା ବ୍ଲକ ରେ ରହିଥିବା ୧,୧୦,୦୦୦ ଭୋଟର୍ସଙ୍କ ମଧ୍ୟରୁ ୨୦୦୨ ଭୋଟର୍ସ ତାଲିକାରେ ଯେଉଁ ମାନଙ୍କ ନାମ ରହିଥିଲା ବା ସେ ବୁଥରେ ରହିଥିଲା, କିମ୍ବା ସେମାନଙ୍କ ବାପା ମାଙ୍କ ନାମ ରହିଥିଲା। ଏବେ ସେହି ଭୋଟର୍ସ ମାନଙ୍କ ନାମ କେଉଁ ବୁଥରେ ରହିଛି? ଭୋଟର ତାଲିକାରେ ରହିଛି କି ନାହଁ? ଏସବୁ ତଥ୍ୟ ଗୁଡିକ ପରିଗଣନା ଫର୍ମରେ ତାଲିମ ଗ୍ରହିତା ମାନେ ଘରକୁ ଘର ଯାଇ ନର୍ଲା ବ୍ଲକରେ ରହିଥିବା ସେହିଭଳି ୯୦୦ ରୁ ଉର୍ଦ୍ଧ୍ୱ ଭୋଟର୍ସଙ୍କୁ ସାକ୍ଷାତ କରି ପରିଗଣନା ଫର୍ମ ପୁରଣ କରି ଭୋଟରଙ୍କ ସମସ୍ତ ତଥ୍ଯ ସଂଗ୍ରହ କରିବେ। ଏହି ବିଷୟରେ ଆହୁରି ସ୍ୱଚ୍ଛତା ଆଣିବା ପାଇଁ ଏହା ଉପରେ ସ୍ୱତନ୍ତ୍ର ତାଲିମ ନେଇଥିବା ଟ୍ରେନର ଫିରୋଜ ପଧାନ, ବିଜୟ ସୁନା, ରଘୁପତି ହରିଜନ ଓ ନୀଳମଣି ସାହୁ ପ୍ରମୁଖ ଦୁଇଗୋଟି ପର୍ଯାୟରେ ୧୨୦ ଜଣ ବିଏଲଓ, ୧୨୦ ଜଣ ସୁପରଭାଇଜର ଓ ୧୦ ଜଣ ସ୍ୱେଚ୍ଛାସେବୀଙ୍କୁ ଡିଜିଟାଲ ମାଧ୍ୟମରେ ବିସ୍ତୃତ ଭାବରେ ତାଲିମ ପ୍ରଦାନ କରିଥିଲେ। ପ୍ରମୁଖ ମାଷ୍ଟର ଟ୍ରେନର ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଉପସ୍ଥିତ ରହି ଟ୍ରେନର ମାନଙ୍କୁ ଗାଇଡ କରିଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାଏକ, ଜିଡିପିଓ ଯଦୁମଣି ନାଏକ, ସରିଆଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯଯାତି ଭଞ୍ଜ, ରୁଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ନିର୍ବାଚନ ଅଧିକାରୀ ସମସ୍ତ ତାଲିମ ଗ୍ରହିତା ଶିବିରାର୍ଥୀ ମାନଙ୍କ କାର୍ଯ୍ୟ କ୍ଷେତ୍ରରେ ସଫଳତା କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.