ପୋଖରୀବନ୍ଧ ଛକ ବୁଲାଣିରେ ଓଲଟିଲା ପିଚୁ ବୋଝେଇ ଟ୍ରକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ଛକରେ ଓଲଟିଲା ପିଚୁ ବୋଝେଇ ଟ୍ରକ। ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରର ପୋଖରବନ୍ଧ ଏହି ତୀକ୍ଷ୍ଣ ବୁଲାଣିରେ ବିଳମ୍ବିତ ରାତିରେ ଏକ ପିଚୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ଟ୍ରକ୍ ହେଲ୍ପର ଗୁରୁତର ଭାବେ ଆହତ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ସୂଚନାଯୋଗ୍ୟ ଯେ, ସିଜି ୦୪ ଏନଜେ ୦୧୫୯ ବିଶିଷ୍ଟ ପିଚୁ ବୋଝେଇ ଟ୍ରକ୍ ଟି ବିଶାଖାପାଟଣାରୁ ରାୟପୁର ଆଡକୁ ଯାଉଥିଲା। ପୋଖରୀବନ୍ଧ ଛକ ନିକଟରେ ବୁଲାଣି ବୁଲିବାରେ ହଠାତ୍ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକ୍ ଟି ରାସ୍ତା କଡରେ ଓଲଟି ପଡିଥିଲା। ଡ୍ରାଇଭର ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ହେଲେ ଭିତରେ ଥିବା ହେଲ୍ପର ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବିଶ୍ବନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ହେଲ୍ପରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ ସ୍ଥାନାନ୍ତର କରିଛି। ପୁଲିସ ଟ୍ରକ୍ ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୋଖରୀବନ୍ଧ ଛକ ବାସୀଙ୍କ ଅଭିଯୋଗ ଯେ, ଏଠାରେ ଥିବା ତୀକ୍ଷ୍ଣ ବୁଲାଣି ପାଇଁ ପ୍ରତିମାସରେ ଗୋଟେ ନା ଗୋଟେ ଦୁର୍ଘଟଣା ହେଉଛି। ହେଲେ ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଆଖି ବୁଜିଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ରାତି ହେଲେ ଏଠି ଆଲୋକ ନାହିଁ, ସିଗ୍ନାଲ୍ ନାହିଁ, ସ୍ପିଡ୍ ବ୍ରେକର୍ ନାହିଁ। ବଡ ଗାଡି ଆସିଲେ ଭାରସାମ୍ୟ ହରାଇ ସିଧା ଓଲଟିଯାଉଛି। ଆଉ କେତେ ଜୀବନ ଗଲେ ଏହାର ସମାଧାନ ହେବ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଧାରଣା ଦେଇ ତୁରନ୍ତ ପୋଖରୀବନ୍ଧ ଛକରେ ରମ୍ବଲ୍ ଷ୍ଟ୍ରିପ୍, ସତର୍କତା ବୋର୍ଡ, ଷ୍ଟ୍ରିଟ୍ ଲାଇଟ୍ ଓ ଆବଶ୍ୟକ ହେଲେ ବୁଲାଣିକୁ ସିଧା କରିବାକୁ ଦାବି କରିଛନ୍ତି। ପ୍ରଶାସନ ଶୀଘ୍ର ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.