ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକଲ ଗ୍ରାମ୍ଉଥାନ୍ ଫାଉଣ୍ଡେସନ ଦ୍ଵାରା ସଞ୍ଚାଳିତ ଓ ଟ୍ରେହାନ୍ ଫାଉଣ୍ଡେସନଙ୍କ ସହଯୋଗରେ ପରିଚାଳିତ ମହିଳା ସଶକ୍ତିକରଣ ଏବଂ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ନର୍ଲା, ଭବାନିପାଟଣା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏକଲ ଅଭିଯାନ ନର୍ଲା ସଂଚ ର ପ୍ରମୂଖ ଶ୍ରୀଯୁକ୍ତ ରୋମାଞ୍ଚଳ ଧଙ୍ଗଡ଼ାମାଝୀ, ପତଞ୍ଜଳି ଯୋଗ ଶିକ୍ଷକ ଶ୍ରୀଯୁକ୍ତ ଶୁକଦେବ ସାହୁ, ସିଲେଇ ଶିକ୍ଷୟତ୍ରୀ ନିରୁପମା ପଧାନ, ସିଲେଇ କେନ୍ଦ୍ର ପ୍ରମୁଖ ଭୀମ ଗଉଡ଼ ତଥା ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ର ୩୦ଜଣ ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ଦେଇଥିଲେ ଏବଂ ଶ୍ରୀଯୁକ୍ତ ଧଙ୍ଗଡାମାଝି ଆମେ ପ୍ରତିଦିନ ଯୋଗ କରି ନିଜ ସ୍ୱାସ୍ଥ୍ୟକୁ କିପରି ସମସ୍ତ ରୋଗରୁ ରକ୍ଷା ପାଇବା ସହ ନିରୋଗ ରହି ଜୀବନଯାପନ କରିପାରିବା ସେହି ବିଷୟରେ ସଂକ୍ଷେପରେ ବୁଝାଇଥିଲେ ।





