ସିନ୍ଧି ମାରି ଦୃର୍ବୁତ୍ତ ଘରୁ ଲୁଟି ନେଲେ ଟଙ୍କା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଦଣ୍ଡପାଟ ଅଞ୍ଚଳରେ ଗତ କିଛି ମାସ ହେଲା ଚୋରି, ଡକାୟତି ବଢ଼ିବାରେ ଲାଗିଛି। ଗତ ୧୯ ତାରିଖରେ ଖୁଣ୍ଟିଆ ପିପଲପଡାରେ ଜଣେ ଦିନମଜୁରିଆଙ୍କ ଘରେ ପସି ଦୃର୍ବୁତ୍ତ ମାନେ ପୁଅ ବିବାହ ପାଇଁ ରଖିଥିବା ୩ଭରି ସୁନା ଓ ପ୍ରାୟ ଲକ୍ଷେ ଟଙ୍କା ଚୋରି କରି ନେଇଥିଲେ। ଏହି ଘଟଣାର ସପ୍ତାହେ ମଧ୍ୟରେ ପୁଣି ସିନ୍ଧି କରି ବେହେରାଗୁଡା ଗ୍ରାମର ଜଣେ ବିଧବା ମହିଳା କୌଶଲ୍ୟା ନାଏକଙ୍କ ଘରୁ ଦୃର୍ବୁତ୍ତ ମାନେ ଟଙ୍କା ନେଇ ଫେରାର ମାରିଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଖାଇପିଇ ଘରେ ହେଇଥିଲେ। ତେବେ ଘର କାନ୍ଥରେ ସିନ୍ଧି କରି ଘରେ ଥିବା ୭ ହଜାର ଓ ଅନ୍ୟ ଏକ ମାଟି ପାତ୍ରରେ ସାଇତ ରଖିଥିବା ୭୦ ହଜାର ଟଙ୍କାକୁ ନେଇ ଚୋର ମାନେ ଫେରାର ହୋଇଥିଲେ। ପାହାନ୍ତିଆରେ ଉଟିବା ସମୟରେ ଘରର କାନ୍ଥ ଭାଙ୍ଗିଥିବା ଦେଖିବାକୁ ପାଇଁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ କୌଶଲ୍ୟା ନାଏକ ଶନିବାର କୋକସରା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.