ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଖପ୍ରାଖୋଲ: ଖପ୍ରାଖୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରିନସିପାଲ ସରିତା ନାଏକଙ୍କ ଅଧ୍ଯକ୍ଷତା ଳରେ ଗତ ଶିକ୍ଷାବର୍ଷର ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ତଥା ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଇ କାର୍ଯ୍ୟକ୍ରମକୁ ମୁଖ୍ଯ ଅତିଥି ଭାବେ ଖପ୍ରାଖୋଲ ସିଆରସିସି ପ୍ରଦୀପ୍ କୁମ୍ଭାର ଯୋଗ ଦେଇ  ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ‘ନୂତନ ଛାତ୍ରଛାତ୍ରୀମାନଙ୍କୁ ଭୟ ମୁକ୍ତ ହୋଇ ପାଠ ମନଧ୍ଯାନ ଦେଇ ଶୁଣିଲେ ଓ ବୁଝିବାକୁ ଚେଷ୍ଟା କଲେ ପାଠରେ ସଫଳତା ମିଳିବ। ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ, ବଡ ମାନଙ୍କୁ ସମ୍ମାନ ଦେବା ସହ ଗୁରୁଜନ ମାନଙ୍କ କଥା ମାନି ଜଣେ ଜଣେ ଆଦର୍ଶ ଛାତ୍ର/ଛାତ୍ରୀ ହେବାକୁ ଚେଷ୍ଟା କରିବା ସହିତ ମାଁ, ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ସଦା ସର୍ବଦା ଚେଷ୍ଟା କରିବାକୁ’ ସିଆରସିସି ପ୍ରଦୀପ୍ କୁମ୍ଭାର ନିଜ ବକ୍ତବ୍ଯରେ କହିଥିଲେ। ଏହି ଅବସରରେ ବିଦ୍ଯାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ଯରେ ରଂଜନ କୁମାର ବାଗ, ସସ୍ମିତା ପ୍ରଧାନ, ମୋନାଲିସା ବାରିକ, ମଧୁସ୍ମିତା ଦାସ ପ୍ରମୁଖ ମଧ୍ଯ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ସହିତ, ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନାଚ ଗୀତର ରଂଗାରଂଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ପ୍ରିନସିପାଲ ସରିତା ନାଏକ ସମସ୍ତଙ୍କୁ ଧନ୍ଯବାଦ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.