ନର୍ଲାରେ ବିଜେଡି ପକ୍ଷରୁ ବିଏଲଏ ତାଲିମ କାର୍ଯ୍ଯକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ଫାର୍ମ ହାଉସ ଠାରେ ବିଜୁ ଜନତା ଦଳ ନର୍ଲା ତରଫରୁ ଏସଅଇଆର କାର୍ଯ୍ୟ କରିବା ପାଇଁ ବ୍ଲକ ସ୍ତରୀୟ ଏଜେଣ୍ଟ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ୨୬ଟି ଗ୍ରାମ ପଞ୍ଚାୟତ ର ୧୫୦ ଜଣ ବିଏଲଏଙ୍କୁ ନେଇକି ବିଜୁ ଜନତା ଦଳ ନର୍ଲା ତରଫରୁ, ଏସ ଆଇ ଆର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦାନ କରି କାର୍ଯ୍ଯକ୍ରମ କୁ ଉଦ୍ଘାଟନ କରିଥିଲେ। ମାଷ୍ଟର ଟ୍ରେନର ଭାବରେ ସରୋଜ କୁମାର ରାଉତ, ସୁଦୀପ୍ତ କୁମାର ସେଠୀ ଓ ସୁଦର୍ଶନ ଦୋରା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ।

ଯୁବ ନେତା ଗୋବିନ୍ଦ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ।ସରପଞ୍ଚ ମାନଙ୍କ ମଧ୍ୟରୁ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗଉଡ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରମୁଖ ଥିଲେ। କିଶୋର ମାଝୀ, ପୂର୍ଣ୍ଣ ପୂଝାରୀ, ପ୍ରିୟବ୍ରତ ଚାନ୍ଦ, ଚଣ୍ଡୀଦାସ ସାହୁ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯୁବନେତା ଘାସିରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.