ମଦନପୁର ରାମପୁର କୋର୍ଟ ପରିସରରେ ପାଳିତ ହେଲା ୭୭ତମ ବନ ମହୋତ୍ସବ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତାଲୁକ ଆଇନ ସେବା ସମିତି ଓ ଜେଏମଏଫସି ମଦନପୁର ରାମପୁର ତରଫରୁ ବନ ବିଭାଗ ସହାୟତାରେ କୋର୍ଟ ପରିସରରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାରପତି ଦୀପ୍ତି ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ସକାଳ ୯ ଘଣ୍ଟା ସମୟରେ ଆରମ୍ଭ ହୋଇଥିଲା। ଏସିଏଫ ତଥା ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ବନ ମହୋତ୍ସବର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ପ୍ରଥମେ ପ୍ରଥମ ଶ୍ରେଣୀ ବିଚାରପତି ଦୀପ୍ତି ରଞ୍ଜନ ଦାସ କୋର୍ଟ ପରିସରରେ ବୃକ୍ଷ ରୋପଣ କରିଥିଲେ। ତାପରେ ଉପସ୍ଥିତ ସମସ୍ତେ ବୃକ୍ଷ ରୋପଣ କରିଥିଲେ। କୋର୍ଟର କର୍ମକର୍ତ୍ତା, ସରକାରୀ ଓକିଲ, ଓକିଲ ସଂଘ, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ନର୍ଲା ଓ ମ.ରାମପୁର ବନ ବିଭାଗର କର୍ମକର୍ତ୍ତା, ତରୁଣ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.