ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଲାଖଗୁଡା ଇଲେକ୍ଟ୍ରି ଷ୍ଟକଚର ନିକଟରେ ଥିବା ଉଠାଜଳସେଚନ ପ୍ରକଳ୍ପ (ଏଲ୍ ଆଇ)ର ୪ଗୋଟି ହାଇ-ପାଓ୍ବାର ମୋଟର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ ଏହି ମୋଟର ଚୋରୀ ହୋଇଥିବା ଚାଷୀ ଲିଙ୍ଗରାଜ ଭୋଇ, ସନ୍ତୋଷ ଭୋଇ, କରଚି ହରିଜନ, ଗୋପବନ୍ଧୁ ପଧାନ, ସିଲେକରାମ ଭୋଇ, ଅର୍ଜୁନ ପଧାନ, କୃଷ୍ଣଚନ୍ଦ୍ର ଭୋଇ, ତାପସ ଭୋଇ ପ୍ରମୁଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସ୍ବଲ୍ପ ବୃଷ୍ଟିପାତ ହେଉଥିବାବେଳେ ଏଲ୍ଆଇ ପଏଣ୍ଟ ମୋଟର ଚୋରୀ ହୋଇଥିବାରୁ ଲାଖଗୁଡା, ଭିମକେଲା ଓ ମୁର୍ସିଙ୍ଗର ଚାଷୀମାନଙ୍କ ଚାଷ ପ୍ରଭାବିତ ହେବ। ଅନ୍ୟପକ୍ଷରେ ଗତ ତିନିମାସ ହେଲା ନର୍ଲା ଥାନାରେ ଅନେକ ଚୋରୀ ଅଭିଯୋଗ ହୋଇଥିବାବେଳେ ଫଳଶୂନ୍ୟ ରହିଥିବା ଆଲୋଚନା ହେଉଛି। ତେବେ ଚୋରୀ ହୋଇଥିବା ମୋଟର ଉଦ୍ଧାର କରିବାକୁ ଚାଷୀମାନେ ବିନିତ ଅନୁରୋଧ କରିଛନ୍ତି।





