ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରୀଗୁଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ରାତିରେ ଚୋରମାନେ କବାଟ ଭାଙ୍ଗି ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି।ଶନିବାର ସକାଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଥମେ ଆସି କବାଟ ଭାଙ୍ଗିଥିବା ଦେଖିଥିଲେ। ଭିତରକୁ ଯାଇ ଦେଖିବା ପରେ ୪ଟି କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଥିଲା। ଏ ନେଇ ପ୍ରଧାନ ଶିକ୍ଷକ ଜୁନାଗଡ଼ ଥାନାରେ ଏକ ଏତଲା ଦାୟର ଦକରିଛନ୍ତି। ଖବର ପାଇ ଜୁନାଗଡ଼ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି। ସରକାରୀ ବିଦ୍ୟାଳୟରେ ଏଭଳି ଚୋରି ହେବା ଘଟଣାକୁ ନେଇ ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।





