ଶିଶୁ ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନନ ତରଫରୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ କେନ୍ଦ୍ର ସଭାଗୃହ ଠାରେ ଶିଶୁ ଚାଲାଣ ବିରୁଦ୍ଧରେ ଓ ଶିଶୁ ସହାୟତା ଯୋଗାଯୋଗ ନମ୍ୱର ୧୦୯୮ ର ପ୍ରଚାର ପ୍ରସାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସନ୍ୟାସୀ ବେହେରା , ଏଙ୍ଗରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି କୁମାରୀ କାର୍ଜୀ ଓ ନାଏବ ସରପଞ୍ଚ ଶ୍ରୀ ମୁନ। କୁମାର ଭୂୟାଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ, ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଦର୍ଶିକା ମହିମା ମାଳି ଓ ଲକ୍ଷ୍ମୀପୁର ଏସ:ଏସ:ଡି: ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ଼ଃ ଫିରୋଜ ଖାନ୍ ଛିଞ୍ଚ।ଣି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଭା କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ୍ ର ତିନୋଟି ପଞ୍ଚାୟତ ଯଥା:- ଲକ୍ଷ୍ମୀପୁର, ଏଙ୍ଗରସିଂ ଓ କଇଁପୁର ରୁ ୨୦୦ ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ।, ଅଙ୍ଗନବାଡ଼ି କର୍ମୀ, ଏମ:ବି:କେ: କର୍ମୀ, ଗ୍ରାମର ୱ।ଡର୍ମେମ୍ୱର ଓ କିଶୋରୀ ବାଳିକା ମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ସର୍ବ-ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ଅଂଶ ଗ୍ରହଣକାରୀ ମାନଙ୍କୁ ବୁଝାଇ ଥିଲେ ଯେ, ଶିଶୁ ଚାଲାଣ ଏକ ଅପରାଧ ଅଟେ ଏବଂ ଏହାକୁ ସମସ୍ତେ ରୋକିବା ଦିଗରେ କାର୍ଯ୍ୟକରିବା । କୌଣସି ଶିଶୁ ବିପଦସଙ୍କୁଳ ଅବସ୍ଥାରେ ଥିଲେ ତୁରନ୍ତ ୧୦୯୮ ଶିଶୁ ସହାୟତା ନମ୍ୱର ରେ ଫୋନ କରିବାକୁ ଅନୁରୋଧ କରିଥିଲେ ଓ ପରେ ସରକାରଙ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥଲେ। ଶିଶୁ ଚାଲାଣ ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ଶିକ୍ଷକ ମାନଙ୍କ କି ପ୍ରକାର ଦାୟିତ୍ବ ଓ ଭୂମିକା ରହେ ସେ ସମ୍ବନ୍ଧରେ ବିସ୍ତୃତ ରୂପେ ଆଲୋଚନା କରିଥିଲେ । ବିଗତ ଦିନରେ ଘଟିଥିବା ଶିଶୁ ଚାଲାଣ ଉପରେ, ଶିଶୁ ମାନେ କିପରି ବାହାର ରାଜ୍ୟରେ ନିର୍ଯାତିତ ହୋଇଥିଲେ ସେ ସଂକ୍ରାନ୍ତରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ଅତିଥି ମାନେ ଶିଶୁ ସୁରକ୍ଷା ଉପରେ ସମ୍ୟକ ଧାରଣା ପ୍ରଦାନ କରିବା ସହ ଏ ଅଞ୍ଚଳ ର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସୁରକ୍ଷା ଓ ଥଇଥାନ ଦିଗରେ କାମ କରିବାକୁ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଅନୁରୋଧ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.