କିଡିଙ୍ଗ ଠାରେ ମ୍ୟାଲେରିଆ ଦମନ ଓ ନିୟନ୍ତ୍ରଣ ପାଇଁ ବିଶେଷ ସ୍ୱାସ୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କିଡିଙ୍ଗ ଗ୍ରାମରେ ମ୍ୟାଲେରିଆ ଦମନ ଓ ନିୟନ୍ତ୍ରଣ ପାଇଁ ବିଶେଷ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ତିନି ଦିନିଆ ‘ଦମନ’ କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡ଼ି ଓ ସ୍ୱାସ୍ଥ୍ୟକର୍ମୀମାନେ ଅଞ୍ଚଳର ଲୋକଙ୍କ ଘରକୁ ଯାଇ ରକ୍ତ ନମୁନା ପରୀକ୍ଷା କରିଥିଲେ। ମ୍ୟାଲେରିଆ ପୋଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀଙ୍କୁ ତୁରନ୍ତ ସମ୍ପୂର୍ଣ୍ଣ ଔଷଧ ବିନାମୂଲ୍ୟରେ ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କୁ ରାତିରେ ନିୟମିତ ମଶାରୀ ବ୍ୟବହାର, ଘର ଆଖପାଖ ସଫା ରଖିବା ଏବଂ ଜମା ଜଳ ଦୂର କରିବା ପାଇଁ ସଚେତନତା ତଥା ପରାମର୍ଶ ଦିଆଯାଇଥିଲା। ଏଥିରେ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବ୍ଲକ ମ୍ୟାଲେରିଆ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ, ଲାଞ୍ଜିଗଡ଼ରୋଡ ସିଏଚଓ ନିରୁପମା ନାୟକ, ମହିଳା ସ୍ବାସ୍ଥ୍ୟକର୍ମୀ ସୁଷମା ଦାସ, କିଡିଙ୍ଗ ଅଙ୍ଗନବାଡ଼ି କର୍ମୀ ତିଳୋତ୍ତମା ଶବର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ମ୍ୟାଲେରିଆକୁ ହରାଇବାକୁ ଲୋକଙ୍କୁ ସଚେତନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.