ବ୍ରଜବିହାର ଶିଶୁ ମନ୍ଦିରରେ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବ୍ରଜବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକାର ପ୍ରକଳ୍ପ, ପ୍ରୟୋଗ, ପ୍ରଶ୍ନମଞ୍ଚ, ପତ୍ର ବାଚନ, କଥାକଥନ ଓ ମୂର୍ତ୍ତିକଳା ଇତ୍ୟାଦିରେରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୫୩ଟି ପ୍ରକଳ୍ପରେ ଶିଶୁମାନେ ଭାଗ ନେଇଥଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଏବଂ ନିମନ୍ତ୍ରିତ ଅତିଥି ଭାବେ ପ୍ରିୟାଂଶୀ ମିଶ୍ର ଯୋଗ ଦେଇଥିଲେ। ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁଢଳ ଦେବ ମୁଣ୍ଡ, ସମ୍ମାନିତ ଅତିଥି ପୂର୍ଵତନ ସଭାପତି ଦୀନବନ୍ଧୁ ମୁଣ୍ଡ ଓ ସମ୍ପାଦକ  ଅଶୋକ କୁମାର ସିଂହ ମଞ୍ଚାସୀନ ଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ପ୍ରଧାନଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ଦ୍ୱାରା। ସମାରୋହରେ ସ୍ୱାଗତ ସଂଗୀତ ଗାନ କରିଥିଲେ ବ୍ରଜ କଣ୍ଠଶିଳ୍ପୀ ଏବଂ ସହଯୋଗ କରିଥିଲେ ଜୟ ଗୁରୁଜୀ ଓ ଶିବ ଗୁରୁଜୀ। ଶିଶୁବିଭାଗ, ବାଲ ବିଭାଗ ଓ କିଶୋର ବିଭାଗର ବିଚାରପତି ଥିଲେ ଅର୍ଚ୍ଚିତ ପଣ୍ଡା, ପ୍ରିୟାଂଶୀ ମିଶ୍ର, ଅନୁଷ୍କା ସାହାଣୀ ଅଭିଷିକ୍ତା ପ୍ରିୟଦର୍ଶିନୀ, ପ୍ରୀତି ମୁନି, ଆଶୁତୋଷ ମିଶ୍ର ଏବଂ ବିଦ୍ୟାଳୟର ଗୁରୁଜୀ ଗୁରୁମା। ବିଜ୍ଞାନମେଳାର ପ୍ରମୁଖ ସବିତା ପାଳ ବୃତ୍ତକଥନ କହିଥିଲେ ଏବଂ ଫଳାଫଳ ଘୋଷଣା କରିଥିଲେ ମନୋଜ କୁମାର ନାୟକ। ସହଯୋଗ କରିଥିଲେ ରାଜ ରାଜେଶ୍ୱରୀ ରଥ ଓ ଭଉଣୀମାନେ। ଶିଶୁ ବାଟିକାର ସମସ୍ତ ଭାଇ ଭଉଣୀ ଭାଗ ନେଇଥିଲେ ପ୍ରମୁଖ ସୁକାନ୍ତି ଦାଶଙ୍କ ତତ୍ୱାବଧାନରେ। ମଞ୍ଚ ପରିଚାଳନା କରିଥିଲେ ବନଶ୍ରୀ ଦାଶ। ଅତିଥିଙ୍କ ପରିଚୟ ଦେଇଥିଲେ ସୁମତି ମୁଣ୍ଡ ଓ ଧନ୍ୟବାଦ ଅର୍ପଣ କରିଥିଲେ ରଶ୍ମିତା ପଣ୍ଡା। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବରେ ପରିସମାପ୍ତି ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.