ନିରାପତ୍ତା ଓ ସ୍ୱଚ୍ଛତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ମୁରିବାହାଲ:(ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପି, ଏମ ପୋଷଣ ଓ ଏମ, ଏସ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ପାଚିକା ସହାୟିକା ପାଇଁ ଏକ ଦିବସୀୟ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ପ୍ରଶିକ୍ଷଣ ଶିବିର ପଯ୍ୟାୟ କ୍ରମେ ମୁରିବାହାଲ ସଦର ମହକୁମା ସ୍ଥିତ ସରକାରୀ ମୁରିବାହାଲ ପଞ୍ଚାୟତ ଉର୍ଚ୍ଚ ବିଦ୍ୟାଳୟ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ ପଡିହାରୀ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ଶିବିର ରେ ମଧ୍ୟାହ୍ନ ଭୋଜନ ପରିଚାଳକ ରୂପେଶ ଷାଣ୍ଡ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ପ୍ରଶିକ୍ଷଣ ରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ବଜାୟୀ ରଖିବା, ଖାଦ୍ୟର ଗୁଣବତ୍ତା, ସୁରକ୍ଷିତ ସଂରକ୍ଷଣ, ପୋଷଣର ଗୁରୁତ୍ୱ ଓ ଶିଶୁମାନଙ୍କୁ ସୁରକ୍ଷିତ ଖାଦ୍ୟ ପ୍ରଦାନ ସମ୍ପର୍କ ରେ ବିସ୍ତୃତି ତାଲିମ ପ୍ରଦାନ କରାଯାଇଥିଲା l ଚଳକି ଗ୍ରାମପଞ୍ଚାୟତ ଉର୍ଚ୍ଚ ବିଦ୍ୟାଳୟ, ହଳଦୀ ଉର୍ଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦେବଙ୍ଗ ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁଡିଘାଟ ମୁକୁନ୍ଦ ଲାଲ ଅଗ୍ରୱାଲ ଉର୍ଚ୍ଚ ବିଦ୍ୟାଳୟ, ବଡ଼ଉଡ଼ାର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଟାବନ୍ଧ ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିରୋଲ ପି ଏମ ଶ୍ରୀ ଉନ୍ନତି ଉର୍ଚ୍ଚ ବିଦ୍ୟାଳୟ, ଗାଁରେଇ ଆମ୍ବେଦକର ଉର୍ଚ୍ଚ ବିଦ୍ୟାଳୟ, ବ୍ଲକର ବିଭିନ୍ନ ବିଦ୍ୟାଳୟର ପାଚିକା ଓ ପାଚିକା ସହାୟିକା ମାନେ ଯୋଗ ଦେଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଅଧିକ ସୁରକ୍ଷିତ ସ୍ୱଚ୍ଛ ଓ ଗୁଣାତ୍ମକ ଭାବେ ପରିଚାଳନା କରିବାର ପ୍ରଶିକ୍ଷଣ ଗ୍ରହଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.