ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ କୁର୍ଲୀ ପଞ୍ଚାୟତରେ ଅନୁଷ୍ଠିତ ବୈଠକରେ କୁର୍ଲୀ ସରପଂଚ ସୁବର୍ଦ୍ଧିନୀ ୱାଡ଼ାକାଙ୍କ ଅଧ୍ୟକ୍ଷତାରେ ନିଶା ମୁକ୍ତ ଆନ୍ଦୋଳନରେ କୁର୍ଲୀର ଶ୍ୟାମ ଜାକେସିକା, ମାଣ୍ଡି କାଡ୍ରାକା, ନବଘନ ୱାଡ଼ାକା, ଟୁନିଆ ଜାକେସିକା, କୁଶ ୱାଡ଼ାକା, ଗୋବର୍ଦ୍ଧନ ୱାଡ଼ାକାଙ୍କ ନେତୃତ୍ୱରେ ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ପଞ୍ଚାୟତକୁ ମଦମୁକ୍ତ ଅଂଚଳ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ୨୩ଖଣ୍ଡ ଗ୍ରାମର ଡଙ୍ଗରିଆ ପୁରୁଷ ମହିଳା ମାନେ ଯୋଗ ଦେଇଥିଲେ। ଆଖପାଖ ଅଞ୍ଚଳ ଯେଉଁ ସ୍ଥାନରେ ମଦବିକ୍ରି ହେଉଛି ଏବଂ ମଦ ରନ୍ଧା ହେଉଛି ସେ ସମସ୍ତ ଅଞ୍ଚଳ କୁ ଯାଇ ସମସ୍ତ ମଦ ପୋଚ ସବୁକୁ ନଷ୍ଠ କରିବା ସହ ବିଶାକ୍ତ ମଦ ବ୍ୟବସାୟୀ ମାନଙ୍କୁ ପୁନର୍ବାର ଏ ଅଞ୍ଚଳରେ ମଦ ବିକ୍ରି ନ କରିବାକୁ ମତ ପ୍ରକାଶ ପାଇଥିଲା। ମହିଳାଙ୍କ ଠେଙ୍ଗା ମାଡ଼ରେ ମଦବୋତଲ ଚୂନା, ପୁଲିସ ଛାନିଆଁ କୁର୍ଲୀରେ ରହିଥିବା ବେଆଇନ୍ ମଦ ଭାଟିର ତାଲା ଭାଙ୍ଗି ପୋଚ ଓ ମଦ ନଷ୍ଟ କରିଥିଲେ। ଆଜି ଅନ୍ୟୁନ ୨ହଜାର ରୁ ଊର୍ଦ୍ଧ୍ବ ମହୁଲ ଓ ସପୁରୀରୁ ପ୍ରସ୍ତୁତ ମଦ ଏବଂ ପୋଚ ନଷ୍ଟ କରିଛନ୍ତି। ଏହି ଆନ୍ଦୋଳନରେ ୨୩ ଖଣ୍ଡ ଗ୍ରାମର ଦିସାରୀ ମାନେ ମଧ୍ୟ ଦାୟିତ୍ବ ବହନ କରି ମଦ ମୁକ୍ତି ପାଇଁ ନିଷ୍ପତି ନେଇଛନ୍ତି।





