ପିପଲପଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ହାଇଡ୍ରା ମାଡ଼ରେ ଯୁବକଙ୍କ ମୃତ୍ୟୁ; ଶବ ରଖି ରାସ୍ତା ଅବରୋଧ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ପିପଲପଦର ଠାରେ ରବିବାର ରାତି ୭.୩୦ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଉକ୍ତ ଗ୍ରାମର ମକର ନାଏକ (୪୦) ନାମକ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଖବରରୁ ଜଣା ପଡିଛି ମୃତ ମକର ରାସ୍ତାରେ ଚାଲି ଚାଲି ଘରକୁ ଯାଉଥିବା ବେଳେ ନର୍ଲା ପଟୁ ଯାଉଥିବା ହାଇଡ୍ରା ମଡ଼େଇ ଦେବାରୁ ଘଟଣା ସ୍ଥଳରେ ବ୍ୟକ୍ତି ଜଣକ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ପରିବାର ଓ ଗ୍ରାମବାସୀ ଶବ ରଖି କ୍ଷତି ପୂରଣ ଦାବି ନେଇ ରାସ୍ତା ଅବରୋଧ କରିଥିବା ଜଣା ପଡିଛି। ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାଇଡ୍ରାକୁ ଜବତ କରିବା ସହ ତଦନ୍ତ ଜାରି ରଖି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରୁଥିବା ଜଣା ପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.