ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର। ନୋଡାଲ ଅଫିସର ଡିଡିଆରସି ବିଭାସ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ନର୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ବେହେରା ଏହାକୁ ପରିଚାଳନା କରିଥିଲେ। ଏହି ଶିବିରରେ ଅସ୍ଥିଶୈଲ୍ୟ ବିଶେଷଜ୍ଞ ଡାକ୍ତର ଡ. ସୁନୀଲ କୁମାର ପାଢୀ, ମାନସିକ ରୋଗ ବିଶେଷଜ୍ଞ ଡ.ଅନନ୍ତ ଚରଣ ମେହେର, ଆଖି, ନାକ, ଗଳା ବିଶେଷଜ୍ଞ ଡ.ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡ. ନିବେଦିତା ମହାରଣା, ଅଡିଓଲୋଜିଷ୍ଟ ଡ. ଆରାଧନା ବେହେରା, ଫିଜିଓ ଥେରାପି ଡ.ସମ୍ବିତ ସ୍ୱରୁପ ପଣ୍ଡା, ଅନ୍ୟ ବିବାଗୀୟ ଟେକନିସିଆନ ମାନଙ୍କ ମଧ୍ୟରେ ନିବେଦିତା ସାହୁ, ନିବାସ ଚନ୍ଦ୍ର ସାହୁ, ରାଜଶ୍ରୀ ପ୍ରିୟଦର୍ଶିନୀ, ଶେଷଦେବ ନାଏକ, ଲକ୍ଷପତି ପୁଝାରୀ, ଆଶୁତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପରୀକ୍ଷା କରିଥିଲେ। ଇତ୍ୟବସରରେ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ମାନଙ୍କୁ ଚଷମା, ଟ୍ରାଏ ସାଇକିଲ, ଅଣ୍ଟାପଟି, ବେଲ୍ଟ, ଓ ପ୍ରମାଣପତ୍ର ସବୁ ପ୍ରଦାନ କରାଯାଇଥିଲା। ବିଭିନ୍ନ ବିଭାଗର ପଞ୍ଜିକରଣ ଓ ଚିଠା ପ୍ରସ୍ତୁତି ଦାଇତ୍ୱରେ ନର୍ଲାର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଯୋଗାଣ ସହାୟକ ଓ ଏଡିଇଓ ମାନେ ଦାଇତ୍ୱ ତୁଲାଇ ଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଯଜାତି କୁମାର ଭଞ୍ଜ, ଅଜିତ କୁମାର ସାହୁ, ସୌମ୍ୟରଞ୍ଜନ ସାହୁ, ମୁକେଶ୍ୱର ରଣା, ବିକେଶ ସା, ଏଡିଇଓ ରୋହିତ କୁମାର ସାହୁ, ପ୍ରକାଶ ଚନ୍ଦ୍ର ଭୋଇ, ପିତାମ୍ବର ଗୌଡ, ବିଭୁଦାନନ୍ଦ ଭୋଇ,ବାସବ ମହାନନ୍ଦ, ଦୁଷ୍ମନ୍ତ ପାଲ, ହରିଶଙ୍କର ମିଶ୍ରଙ୍କ ସମେତ ୨୬ ଜଣ ବିଭିନ୍ନ ବିଭାଗର ଦାଇତ୍ୱରେ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷାରେ, ପ୍ରତିକୂଳ ପାଗ ସତ୍ୱେ ୧୫୩ ଜଣ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ୨୩ ଜଣଙ୍କୁ ବସ ପାସ, ୧୨ ଜଣଙ୍କୁ ଟ୍ରେନ ପାସ ପ୍ରଦାନ କରାଯାଇଥିଲା। ଏମଆର ବିଭାଗରେ ୨୨ ଜଣ, ଭିଆଇରେ ୨୦, ଏଚଆଇ-୩୫ ଓ ଓଏଚ ୭୬ ଜଣ ଙ୍କୁ ପରୀକ୍ଷଣ କରାଯାଇଥିଲା। ଅନ୍ୟ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଡିଜାବୁଲ ଫେଡେରେସନ କଳାହାଣ୍ଡିର ସାଧାରଣ ସମ୍ପାଦକ ଓ ଓଡିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖାର ସଦସ୍ୟ ଡୋଲାମଣି ପଧାନ ଓ ସୋସିଆଲ ସିକ୍ୟୁରିଟି ଫେସିଲେଟର ପ୍ରିୟବ୍ରତ ପାଢୀ ବିକଳାଙ୍ଗ ମାନଙ୍କ ପରୀକ୍ଷଣ ସମୟରେ ବିଭାଗୀୟ ଅଧିକାରୀଙ୍କୁ ସହଯୋଗ କରିଥିଲେ। ସେହିଭଳି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହଯୋଗୀ ଯୋଗେଶ ନାଏକଙ୍କ ସମେତ ବ୍ଲକ ର ଅନ୍ୟାନ୍ୟ ଷ୍ଟାଫ ମାନେ ମଧ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





