ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତରେ ଆସୁଥିବା କେନାଲରେ ଅନାବନା ଘାସ ହୋଇ ଯାଇଛି ଯାହା ଫଳରେ ପାଣି ଠିକ୍ ହିସାବରେ ଆସି ପାରୁନି। ଅନାବନା ଘାସ ପଡ଼ି ରହିଥିବାରୁ ପାଣି ତଳ ଆଡ଼କୁ ଯାଇ ପାରୁନି। ଯଦି ଏପରି ସ୍ଥିତି ରହେ ତେବେ କେନାଳ ଭାଙ୍ଗି ଯାଇ ଚାଷ ଜମି କ୍ଷତି ହେବାର ସମ୍ଭାବନା ଦେଖା ଯାଇପାରେ। ସେଥିପାଇଁ ଯଥା ଶୀଘ୍ର ଏହି କେନାଳର ଅନାବନା ଘାସକୁ ସଫା କରିବାକୁ ସାଧାରଣ ଲୋକ ଦାବୀ ଜଣାଉଛନ୍ତି। ତା’ ସହ ଯେତେବେଳେ ପାଣି ଆବଶ୍ୟକ ହେଉଥିବା ବେଳେ କେନାଳ ପାଣି ଛାଡୁ ନଥିବା ବେଳେ ବର୍ଷା ଅଧିକ ହେଉଥିବା ବେଳେ ପାଣି ଛଡ଼ା ଯାଉଛି ଯାହା ଫଳରେ ଚାଷ ଜମିକୁ ଅଧିକ ପାଣି ଯାଇ ଫସଳ ନଷ୍ଟ ହେବା ସାଙ୍ଗେ ଜମି ଆଡି ବନ୍ଧ ଭାଙ୍ଗି ଯାଉଛି। ଏଥିପ୍ରତି ସଂପୃକ୍ତ ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବି ମହଲରୁ ମତ ପ୍ରକାଶ ପାଇଛି।





