ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଳା କୋକସରା ବ୍ଲକ ଖପରାମାଲ ଗ୍ରାମର ମୋହିତ ରାଉତ ଓ ରଶ୍ମିରେଖା ରାଉତଙ୍କ ସୁନା ଝିଅ ସାନଭିପ୍ରଜ୍ଞା ରାଉତଙ୍କୁ ୧୫ ବର୍ଷରୁ କମ କଳାହାଣ୍ଡି ମହିଳା କ୍ରିକେଟ ପାଇଁ ଚୟନ କରାଯାଇଛି। ମହିଳା କ୍ରିକେଟ ଚୟନ କମିଟି ପକ୍ଷରୁ ସାନଭିଙ୍କୁ ଏହି ସୁଯୋଗ ମିଳିଛି। ଆସନ୍ତା ୨୨ ଅଗଷ୍ଟ ୨୦୨୬ରେ କଟକରେ ହେବାକୁ ଥିବା ୧୫ ବର୍ଷରୁ କମ କଳାହାଣ୍ଡି ମହିଳା କ୍ରିକେଟରେ ସାନଭି ଅଂଶଗ୍ରହଣ କରିବେ। ତାଙ୍କୁ ୨୧ ଅଗଷ୍ଟରେ ରିପୋର୍ଟ କରିବାକୁ କୁହାଯାଇଥିବା ବେଳେ ରହଣି ବ୍ୟବସ୍ଥା ବାରବାଟୀ ଷ୍ଟାଡିୟମ୍ରେ କରାଯାଇଛି। ଖପରାମାଲ ଗ୍ରାମର ଏହି ପ୍ରତିଭାବାନ ଝିଅଙ୍କ ଚୟନକୁ ନେଇ ପରିବାରବର୍ଗ, ପ୍ରଶିକ୍ଷକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସାନଭିଙ୍କ ଏହି ସଫଳତା ଆଗାମୀ ଦିନରେ ଅନ୍ୟ ଯୁବ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ।





