ଜଳେଶ୍ୱର ଷ୍ଟେସନ୍‌ରେ ନନ୍-ଇଣ୍ଟରଲକିଂ କାର୍ଯ୍ୟ ଚାଲୁଥିବାରୁ ଟ୍ରେନ୍‌ ସେବା ପ୍ରଭାବିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନାରାୟଣଗଡ଼-ଭଦ୍ରକ ମଧ୍ୟରେ ତୃତୀୟ ରେଳ ଲାଇନ୍‌ ନିର୍ମାଣ ପାଇଁ ଜଳେଶ୍ୱର ୟାର୍ଡରେ ୟାର୍ଡ ରିମଡେଲିଂ କାର୍ଯ୍ୟ ସମ୍ପର୍କିତ ନନ୍-ଇଣ୍ଟରଲକିଂ କାର୍ଯ୍ୟ ଅଗଷ୍ଟ ୨୪ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଏହା ଯୋଗୁଁ ଖଡ଼ଗପୁର ଡିଭିଜନ୍‌ରେ ଅନେକ ଟ୍ରେନ୍‌ର ଚଳାଚଳ ବାତିଲ୍‌ ଓ ପୁନଃନିର୍ଦ୍ଧାରିତ ହେବ। ୬୮୦୨୧/୬୮୦୨୨ ଖଡ଼ଗପୁର-ବାଲେଶ୍ୱର-ଖଡ଼ଗପୁର ମେମୁ ଟ୍ରେନ୍‌ ଅଗଷ୍ଟ ୨୪ରୁ ୨୯ ପର୍ଯ୍ୟନ୍ତ ବାତିଲ୍‌ ରହିବ। ସେହିପରି ୬୮୦୪୯/୬୮୦୫୦ ଖଡ଼ଗପୁର-ଭଦ୍ରକ-ଖଡ଼ଗପୁର ମେମୁ ଏବଂ ୬୮୦୫୨/୬୮୦୫୧ ଭଦ୍ରକ-ବାଲେଶ୍ୱର-ଭଦ୍ରକ ମେମୁ ଅଗଷ୍ଟ ୨୪ରୁ ୩୦ ପର୍ଯ୍ୟନ୍ତ ବାତିଲ୍‌ ରହିବ। ଏହା ବ୍ୟତୀତ ଅନେକ ଦୂରଗାମୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ୧୬୨୨୪ ରାଧିକାପୁର-ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଅଗଷ୍ଟ ୨୩ରେ ରାଧିକାପୁରରୁ ୨୬୦ ମିନିଟ୍‌ ବିଳମ୍ବରେ ଛାଡ଼ିବ। ୧୨୮୭୬ ଏଏନ୍‌ଭିଟି-ପୁରୀ ନୀଳାଚଳ ଏକ୍ସପ୍ରେସ୍‌ ଅଗଷ୍ଟ ୨୩ ଓ ୨୫ରେ ୬୦ ମିନିଟ୍‌ ବିଳମ୍ବରେ ଚାଲିବ। ୧୨୭୦୩ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍‌ ଅଗଷ୍ଟ ୨୪ରେ ୧୫୦ ମିନିଟ୍‌, ଅଗଷ୍ଟ ୨୬ରେ ୧୨୦ ମିନିଟ୍‌ ଏବଂ ଅଗଷ୍ଟ ୨୮ରେ ୨୭୦ ମିନିଟ୍‌ ବିଳମ୍ବରେ ଚାଲିବ। ୧୨୮୨୧ ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍‌ ଅଗଷ୍ଟ ୨୪ରେ ୧୨୦ ମିନିଟ୍‌ ଏବଂ ଅଗଷ୍ଟ ୩୦ରେ ୨୪୦ ମିନିଟ୍‌ ବିଳମ୍ବରେ ଚାଲିବ। ୧୨୨୪୬ ଏସ୍‌ଏମ୍‌ଭିବି-ହାୱଡ଼ା ଦୁରନ୍ତୋ ଏକ୍ସପ୍ରେସ୍‌, ୧୨୭୦୪ ସିକନ୍ଦରାବାଦ-ହାୱଡ଼ା ଫାଲକନାମା ଏକ୍ସପ୍ରେସ୍‌, ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌, ୨୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌, ୧୨୫୦୪ ଅଗରତାଲା-ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ ଏକ୍ସପ୍ରେସ୍‌, ୧୨୫୫୧ ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍‌, ୧୮୦୬୪ ୱାଇଏନ୍‌କେ-ଏସ୍‌ଆର୍‌ସି ଏକ୍ସପ୍ରେସ୍‌ ଏବଂ ୧୬୫୯୭ ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ-ଏପିଡିଜେ ଅମୃତ ଭାରତ ଏକ୍ସପ୍ରେସ୍‌ ସମେତ ଅନ୍ୟାନ୍ୟ ଟ୍ରେନ୍‌ର ଚଳାଚଳ ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅଗଷ୍ଟ ୩୦ରେ ୧୮୦୪୫ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ୍‌ ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍‌, ୨୨୮୧୧ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଏବଂ ୧୨୨୪୫ ହାୱଡ଼ା-ଏସ୍‌ଏମ୍‌ଭିଟି ବେଙ୍ଗାଲୁରୁ ଦୁରନ୍ତୋ ଏକ୍ସପ୍ରେସ୍‌ ୧୨୦ ମିନିଟ୍‌ ବିଳମ୍ବରେ ଚାଲିବ। ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନ ସମ୍ପର୍କରେ ଅବଗତ ରହି ଯାତ୍ରା ଯୋଜନା କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.