୨୫ରେ ହେବ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ସମସ୍ତ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ବ୍ଲକ ପ୍ରଶାସନ ପକ୍ଷରୁ ଆସନ୍ତା ୨୫ ଅଗଷ୍ଟ ମଙ୍ଗଳବାର ଦିନ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଉଛି। ଲାଞ୍ଜିଗଡ଼ ବ୍ଲକ ହେଉଛି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ। ଅନେକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଖରେ ଏ ପର୍ଯ୍ୟନ୍ତ ପ୍ରମାଣପତ୍ର ନାହିଁ କିମ୍ବା ପୁରୁଣା ହାତଲେଖା ପ୍ରମାଣପତ୍ର ଅଛି। ଫଳରେ ସେମାନେ ଭୀମ ଭୋଇ ଭିନ୍ନକ୍ଷମ ଭତ୍ତା, ଛାତ୍ରବୃତ୍ତି, ସହାୟକ ଉପକରଣ ଏବଂ ଅନ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଏହି ସ୍ୱତନ୍ତ୍ର ଶିବିର କରୁଛି। ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ଏ ପର୍ଯ୍ୟନ୍ତ ପ୍ରମାଣପତ୍ର ହୋଇନାହିଁ, ସେମାନଙ୍କର ସେହିଠାରେ ଡାକ୍ତରୀ ପରୀକ୍ଷା କରାଯାଇ ନୂଆ ୟୁଡିଆଇଡି କାର୍ଡ ପ୍ରଦାନ କରାଯିବ। ହାତଲେଖା ପୁରୁଣା ପ୍ରମାଣପତ୍ରକୁ ବର୍ତ୍ତମାନର ଡିଜିଟାଲ ଫର୍ମାଟରେ ପରିବର୍ତ୍ତନ କରାଯିବ। ଏହା ନ କଲେ ଭତ୍ତା ବନ୍ଦ ହୋଇଯିବ।ଯାହାର ପ୍ରମାଣପତ୍ରରେ କମ ପ୍ରତିଶତ ଅଛି ଏବଂ ଦିବ୍ୟାଙ୍ଗତା ବଢିଛି, ସେମାନଙ୍କ ପୁନଃ ପରୀକ୍ଷା କରି ପ୍ରତିଶତ ବଢ଼ାଯିବ। ତେବେ ସାଙ୍ଗରେ ଆଧାର କାର୍ଡ, ଆଧାର ସହ ଲିଙ୍କ ଥିବା ଓଟିପି ଆସୁଥିବା ମୋବାଇଲ ଫୋନ୍, ଦୁଇ କପି ପାସପୋର୍ଟ ସାଇଜ ଫଟୋ, ପୁରୁଣା ପ୍ରମାଣପତ୍ର ଥିଲେ ଆଣିବାକୁ ପଡ଼ିବ। ଏହି ଶିବିରରେ ଲାଞ୍ଜିଗଡ଼ ବ୍ଲକର ୨୬ଟି ପଞ୍ଚାୟତର ସମସ୍ତ ଦିବ୍ୟାଙ୍ଗ ବ୍ୟକ୍ତି ବହୁ ସଂଖ୍ୟାରେ ଯୋଗଦେଇ ସୁଯୋଗ ନେବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.