ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ବୋଡେ଼ନ (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ନିବାସୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଜୀବନର ୧୦ ବର୍ଷ ବୟସରେ ଲୋକଙ୍କୁ ପାନୀୟ ଜଳ ବଣ୍ଟନ କରି ସେବା କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ କେବିନେଟ ମନ୍ତ୍ରୀ ରୂପେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ସେବାର ସର୍ବୋଚ୍ଚ ସ୍ଥାନ ରେ ପହଞ୍ଚି ନୂଆପଡ଼ା ବାସୀ ଙ୍କ ସମେତ ଓଡ଼ିଶାରେ ସେବାକୁ ଜୀବନର ବ୍ରତୀ କରି ସେବା ହିଁ ଜୀବନର ଏକ ମାତ୍ର ଲକ୍ଷ ବାଛି ନେଇଥିଲେ। ତାଙ୍କ ସହ କାର୍ଯ୍ୟ କରୁଥିବା ସମସ୍ତ ସହଯୋଗୀ ତାଙ୍କ କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହୋଇ ତାଙ୍କ ସହ ଜଡ଼ିତ ହୋଇଥିଲେ। ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ଉପଲକ୍ଷେ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ସମସ୍ତଙ୍କ ହୃଦୟ ତାଙ୍କର ବାସ ରହିବ ବୋଲି ନାଗରିକ ମାନେ ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଏକ ସ୍ଵେଚ୍ଛାକୃତ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ନାଗରିକ ଯୋଗ ଦେଇ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ଉପଲକ୍ଷେ ସ୍ମୃତି ଚାରଣ କରିଥିଲେ। ତାଙ୍କୁ ପ୍ରିୟ ରେ ରାଜୁ ଭାଇ ବୋଲି ସମସ୍ତେ ଦାଖୁ ଥିବା ବେଳେ ତାଙ୍କ ପାଖରୁ କିଏ ମଧ୍ୟ ଖାଲି ହାତରେ ଫେରି ନଥିବା ନାଗରିକ ଅଶୃଭରା ନୟନ ରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସେ ଜଣେ ଭଦ୍ର, ଅମାୟିକ, ସରଳ ଏବଂ ଅତି ସ୍ପଷ୍ଟବାଦୀ ମଣିଷ। ରାଜନୀତି ଜୀବନ ଆରମ୍ଭ ଠାରୁ ଅତି ଉଚ୍ଚ ପର୍ଯ୍ୟନ୍ତ ନିଜ ଲକ୍ଷ୍ୟ ପଥ ହାସଲ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି।ସମସ୍ତ ସମାଜ, ବର୍ଗ, ଜାତି ଏବଂ ଧର୍ମ ସହ ତାଙ୍କ ଉତ୍ତମ ସମ୍ପର୍କ ଥିବା ବେଳେ ଜିଲ୍ଲାର ବିକାଶ ଏକମାତ୍ର ଲକ୍ଷ ଥିଲା। ତାଙ୍କ ପୁତ୍ର ବିଧାୟକ ଜୟ ଢୋଲକିଆ ତାଙ୍କ ପିତା ଙ୍କ ସ୍ମୃତି ଓ ଅନୁଭୂତି ସଂଗ୍ରହ କରି ପିତାଙ୍କ ପଥ ଅନୁସରଣ କରିବା ପାଇଁ ଆହ୍ୱାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.