ତେନ୍ତୁଳିଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋରା ଉଆଁସ

ଓଡ଼ିଆ ବାର୍ତ୍ତା/ ଜୁନାଗଡ (ସ୍ବାସ୍ଥିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେନ୍ତୁଳିଖୁଣ୍ଟି ଠାରେ କଲାହାଣ୍ଡିର ଏକ ବିଶେଷ ପର୍ବ ପୋରା ଉଆଁସ (ଶିଶୁ ପର୍ବ) ପାଳିତ ହୋଇଯାଇଛି। ଜାତୀୟ ଶିକ୍ଷା ନୀତି -୨୦୨୦ ଅନୁଯାଇ ବ୍ୟାଗ୍ ଲେସ୍ ଡେ ଦିନ ଏହି ପର୍ବ ଆନନ୍ଦ ଓ ଉଦ୍ଦୀପନା ସହିତ ‘ପୋରାଖେଲ୍’ ଅନୁଷ୍ଠିତ ହୋଇଯାଇଛି। ଝିଅ ମାନେ ପୋରାକୁଲେଇରେ କନିବୁଚିକୁ ସଜାଇ ଲିଆ, ପିଠା, ଖଜା ସହ ମିଛି ମିଛିକା ବାହା ଘର ଖେଳ ଖେଳିଲେ ଓ ପୁଅ ମାନେ ମାଟିର ଚକ ଲଗା ପୋରା ବୁଇଲ, ଘୋଡ଼ାକୁ ଟାଣି ଟାଣି ଖେଳନ୍ତି। ଏହା ପରେ ରଙ୍ଗା ରଙ୍ଗ ଲୋକ ଗୀତ ଓ ନାଚ ସହିତ ଧନ୍ଦା ପ୍ରଶ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମରେ ମୂଖ୍ୟ ଅତିଥି ଭାବରେ ତପନ କୁମାର ମାଝୀ ଗୋଷ୍ଠୀ ଶିକ୍ଷାଧିକାରୀ ଜୁନାଗଡ଼, ମୁଖ୍ୟ ବକ୍ତା ଶ୍ରୀ କ୍ଷୀରୋଦ ଚନ୍ଦ୍ର ଭୋଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ସିତେଶ କୁମାର ପାଢ଼ୀ ସି ଆର୍ ସି ସି ଯୋଗ ଦେଇ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ମକରଧ୍ବଜ ରାଉତ ସଭାପତିତ୍ୱ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଭରତ ନାଏକ ଓ ପ୍ରିୟା ସାଗର ଉପାଧ୍ୟକ୍ଷା ଉପସ୍ଥିତ ଥିଲେ। ସହକାରୀ ଶିକ୍ଷକ ଟଙ୍କଧର ଶବର, ସମରେନ୍ଦ୍ର ଦାସ ଓ ପ୍ରିୟମ୍ବଦା ଜେନା ଏହି କାର୍ଯକ୍ରମ କୁ ପରିଚାଳନା କରିଥିଲେ। ସଂସ୍କୃତି ବଞ୍ଚିଲେ ଭାଷା ବଞ୍ଚିବ, ତେଣୁ ସମନ୍ୱିତ ଭାଷା ଶିକ୍ଷା ରେ ଆଞ୍ଚଳିକ ଭାଷା, ଆଦିବାସୀଙ୍କ ଭାଷା କୁ ଗୁରୁତ୍ବ ଦେବା ପାଇଁ ବକ୍ତା ମାନେ ଛାତ୍ର ଛତ୍ରୀମାନଙ୍କୁ କହିଥିଲେ। ଏହି ପରି ପର୍ବ ପାଳନ କରିବା ପାଇଁ ଅନୁରୋଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.