ରେଙ୍ଗାଲପାଲିରେ ‘ଅମୃତ ମାତୃ ପିତୃ ସେବା’ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି | ଜୟପାଟଣା (ରଜତ ବଂଶଲ/ ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ରେଙ୍ଗାଲପାଲି ରାମ ମନ୍ଦିର ପରିସରରେ କାରୁଣ୍ଡ ସେବା ସଂଗଠନ ଆନୁକୂଲ୍ୟରେ ପବିତ୍ର ଗଣପର୍ବ ନୂଆଖାଇର ଅବ୍ୟବହିତ ପୂର୍ବରୁ “ଅମୃତ ମାତୃ ପିତୃ ସେବା” କାର୍ଯ୍ୟକ୍ରମ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ଇନ୍ଦ୍ରାବତୀ ଫାର୍ମରସ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ,ମିନଗୁର ସହଯୋଗରେ ଅନୁଷ୍ଠିତ ହେଇଯାଇଛି। ସଂଗଠନ ସଭାପତି ଇଂ ପୁରୁଷୋତ୍ତମ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଜୟପାଟଣା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବ୍ରଜେନ୍ଦ୍ର କୁମାର ପାଟ୍ଟଯୋଶୀ ମୂଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ କଳାହାଣ୍ଡି ସଭାପତି ଶାନ୍ତନୁ କୁମାର ମୁଣ୍ଡ, ସମାଜସେବୀ ଲକ୍ଷ୍ମୀନାରାୟଣ ପଣ୍ଡା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁନିଲ ବେହେରା, ସମାଜସେବୀ ଲଲିତ ଶର୍ମା, ସାମ୍ବାଦିକା ସମୀକ୍ଷା ପ୍ରହରାଜ ପ୍ରମୂଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହେଇ ଗଣପର୍ବ ଅବସରରେ ସଂଗଠନ ର ଏଭଳି କାର୍ଯ୍ୟକ୍ରମ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ। ନଳୀନ କୁମାର ପଟ୍ଟଯୋଶୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଂପାଦକ ଅବିନାଶ ମୁଣ୍ଡ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିବା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ରେଙ୍ଗାଲପାଲି ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମର ଶତାଧିକ ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ଯାଂଗ ବ୍ଯକ୍ତି ମାନଙ୍କୁ ନୂତନ ଶାଢ଼ୀ, ଧୋତି, ଗାମୁଛା ଓ ଛତା ପ୍ରଦାନ କରାଯାଇଥିଲା। ତ୍ରିଲୋଚନ ନାଏକ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.