କରମତଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବିଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କରମତଲା ସ୍ଥିତ ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଦ୍ବିତୀକୃଷ୍ଣ ପଧାନଙ୍କ ଅଧ୍ୟକ୍ଷତା ତଥା ଓଡ଼ିଆ ଅଧ୍ୟାପିକା ରଶ୍ମିତା ବେମାଲଙ୍କ ସଂଯୋଜନାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି | ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରମଣି ସିଂ ଦେଓ ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ତଥା ଓଡ଼ିଆ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ଆଲୁମିନୀ ସଭାପତି ରାଜକିଶୋର ସିଂ ବୁଡ଼େକ ସମ୍ମାନିତ ଅତିଥି ରହିଥିଲେ | ସରଳ ଜୀବନ ଓ ଉଚ୍ଚ ଚିନ୍ତା କବିଙ୍କ ଭୂଷଣ ଥିଲା | କବିଙ୍କ ଶିକ୍ଷା ଥିଲା ସସୀମ, କିନ୍ତୁ ତାଙ୍କ ପ୍ରତିଭା ହେଉଛି ଅସୀମ | ମାତୃଭୂମି ଓ ମାତୃଭାଷାର ଉନ୍ନତି କଳ୍ପେ କବି ଗଙ୍ଗାଧରଙ୍କ ଲେଖନୀ ସତତ ମୁଖର ଥିଲା ବୋଲି ବକ୍ତାଗଣ ମତ ଦେଇଥିଲେ | ଶେଷରେ ଓଡ଼ିଆ ଅଧ୍ୟାପିକା ଜ୍ୟୋତିର୍ମୟୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |ଅଧ୍ୟାପକ ଛନ୍ଦାଚରଣ ସେଠ, ସୁରେଶଚନ୍ଦ୍ର ପଧାନ, ଜଗାନନ୍ଦ ପଧାନ, ହେମନ୍ତ କରନ, ସୁଜିତ ଦ୍ଵାରୀ ଓ ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.