ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ସ୍ଥିତ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଲିମପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭୋଜରାଜ ରଣାଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଗୌରାଙ୍ଗ ରଣାଙ୍କ ଅଧ୍ୟକ୍ଷତା ତଥା ସିଆରସିସି ପ୍ରମୋଦ କୁମାର ବୁଡ଼େକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତି ମୁଖ୍ୟ ବକ୍ତା, ପ୍ରଧାନ ଶିକ୍ଷକ ଏକାମ୍ବ୍ରମ ହେମ୍ବ୍ରମ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ଭୋଇ, କୈଳାସଚନ୍ଦ୍ର ସାହୁ ଅତିଥି ଭାବେ ଯୋଗଦେଇଥିଲେ | ଶିକ୍ଷକ ଅନନ୍ତ ବଗର୍ତ୍ତୀ ସୁନ୍ଦର କବିତା ମାଧ୍ୟମରେ ଶ୍ରୀ ରଣାଙ୍କ କର୍ମମୟ ଜୀବନକୁ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନ କରିଥିଲେ | ଦେବାନନ୍ଦ ମହାକୁର, ଗଙ୍ଗାଧର ପୋଢ, ଘନଶ୍ୟାମ ବେହେରା, ସ୍ନିଗ୍ଧାଞ୍ଜଳୀ ଦାସ, ସୁନେଲି ଟପ୍ପୋ, ଜିତେନ୍ଦ୍ର ଭୋଇ, ମଧୁସ୍ମିତା ମହାପାତ୍ର, ସୁନିତା ପଧାନ, ଜୀବର୍ଦ୍ଧନ ମେହେର, ସୁରେନ୍ଦ୍ର ପାଢ଼ୀ, ସନୋଜ କୁମାର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ବକ୍ତାଗଣ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରଣାଙ୍କ କର୍ମମୟ ଜୀବନର ସ୍ମୃତିଚାରଣ ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ |





