ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼| କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ସହରର ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଧ୍ବଜ ଲହଜଲଙ୍କ ପିତା ନୂଆଖାଉ ଲହଜଲଙ୍କ ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହେଉଥିଲା। ଗତ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ରହି ସେ ଚିକିତ୍ସିତ ହେଉଥିଲେ। ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ଦୟାଳୁ ସ୍ବଭାବର ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୂ, ଝିଅ, ଜ୍ବାଇଁ, ନାତି ନାତୁଣୀମାନେ ଉପସ୍ଥିତ ଥିଲେ। ଶବ ଧାରରେ ବନ୍ଧୁ ପରିଜନ ଓ ସମ୍ପର୍କୀୟ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।





