ବହୁବିଧ ସେବାରେ ସମର୍ପିତ ରାଜନେତା ଡ଼. ଅମରେନ୍ଦ୍ର ମହାନ୍ତି 

ଓଡିଆ ବାର୍ତ୍ତା/ କଟକ: ‘ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ’ । ଏହି ନ୍ୟାୟରେ ମାହାଙ୍ଗା ମାଟିର କୃତୀ ସନ୍ତାନ ବହୁମୁଖୀ ପ୍ରତିଭା ଡ଼. ଅମରେନ୍ଦ୍ର ମହାନ୍ତି ପରିଚିତ ନାମ । ପେସାରେ ସଫ୍ଟୱେର ଯନ୍ତ୍ରୀ କିନ୍ତୁ ନିଶା ସମାଜସେବା । ନିଜ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଡ଼. ମହାନ୍ତି ‘ଆମ ମାହାଙ୍ଗା’ ନାମରେ ଏକ ସାମାଜିକ ସଂଗଠନ ପ୍ରତିଷ୍ଠା କରିଛନ୍ତି । ସ୍ୱଚ୍ଛ ମାହାଙ୍ଗା, ସବୁଜ ମାହାଙ୍ଗା, ଡିଜିଟାଲ ମାହାଙ୍ଗା ଓ ସାଂସ୍କୃତିକ ମାହାଙ୍ଗା ତାଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ । ସ୍ୱଚ୍ଛ, ସବୁଜ, ସଂସ୍କୃତି, ସ୍ୱାଭିମାନ ଓ ସ୍ୱାବଲମ୍ବନ ଏକ ସୁସ୍ଥ, ସୁନ୍ଦର ଓ ସଶକ୍ତ ସମାଜ ଗଠନର ସଂକଳ୍ପ ବୋଧ । ‘ସ୍ୱଚ୍ଛ ଗାଁ – ସୁସ୍ଥ ଗାଁ’ ଅଭିଯାନ, ବୃକ୍ଷରୋପଣ, ପରିବେଶ ସୁରକ୍ଷା, ଡଷ୍ଟବିନ୍ ସ୍ଥାପନ, ରକ୍ତଦାନ ଶିବିର ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.