ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ସଦରର ସିମାଞ୍ଚଳ ମୋରାଙ୍କ ଦେହାନ୍ତ ହୋଇଛି | ସେ ପ୍ରଥମେ ମାଝିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିଲେ ଅଧୁନା ସେ ବୁଡ଼ାଗୁଡାରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଅନ ଭାବରେ କାର୍ଯ୍ୟରତ ଥିଲେ | କିଡିନୀ ଜନିତ କାରଣରୁ ଅସୁସ୍ଥ ଥିଲେ । ଆଜି ଗୁଣୁପୁର ଚିକିତ୍ସାଳୟରେ ସେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା | ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ପରମେଶ୍ୱରଙ୍କ ଠାରେ ସ୍ବର୍ଗତ ମୋରାଙ୍କ ଆମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି |





