ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଆଦିବାସୀଙ୍କ ମୃତ୍ୟୁ ହୋଇଛି। ମୃତକ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବିଜେପୁର ସେକ୍ସନ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ବେତିଆପଡା ଗ୍ରାମର ଡ୍ରିମ୍ବା ମାଝୀ (୪୮) ବୋଲି ଜଣାପଡିଛି। ସୂଚନା ଅନୁସାରେ, ଆଜି ସକାଳ ସାଢେ ୭ଟା ସମୟରେ ଡ୍ରିମ୍ବା ନିଜ ଗାଁଠାରୁ ୫୦୦ ମିଟର ଦୂରରେ ପଟାଙ୍ଗପଦର ଯିବା ରାସ୍ତାରେ ଥିବା ନିଜ କପା ଚାଷ ଜମିକୁ ଯାଇଥିବା ବେଳେ ଜଙ୍ଗଲରୁ ଆସିଥିବା ହାତୀ ହାବୁଡ଼ରେ ପଡିଥିଲେ। ହାତୀ ଡ୍ରିମ୍ବାକୁ ଗୁଡ଼ାଇ ଗୁଡ଼ାଇ କଚାଡି ମାରିଥିବା ଘଟଣାସ୍ଥଳ ଦେଖିଲେ ଅନୁମାନ କରାଯାଉଛି। ଘଟଣାସ୍ଥଳରେ ବନବିଭାଗ ଓ ବିଜେପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।





