ସଭାପତି ଭାବେ ପ୍ରମୋଦ ସାହୁ ମନୋନୀତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସମ୍ବିଳନୀ କକ୍ଷ ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସଂଘର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ସଂଘ ସଭାପତି ସାଧୁରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଳକର ୨୬ ଗୋଟି ପଞ୍ଚାୟତ ଦାଇତ୍ଵରେ ଥିବା ପଞ୍ଚାୟତ ନିର୍ବାହି ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ସମସ୍ତଙ୍କ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା।ନୂତନ ସଭାପତି ଭାବେ ପ୍ରମୋଦ କୁମାର ସାହୁ, ଉପ-ସଭାପତି ଭାବେ ଗଣପତି ମାଝୀ, ସମ୍ପାଦକ ଭାବେ ସନ୍ୟାସୀ ନାୟକ, ସହ-ସମ୍ପାଦକ ଭାବେ ଆକାଶ ମାଝୀ ଏବଂ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ମାଝୀ ଚୟନ କରାଯାଇଛି। ସେହିପରି ସଂଘର ପରାମର୍ଶଦାତା ଭାବେ ବରିଷ୍ଠ ପଞ୍ଚାୟତ ନିର୍ବାହୀ ଅଧିକାରୀ ମହାଦେବ ସୁନାନୀ,ପୂର୍ବ ସଭାପତି ସାଧୁରାମ ସାହୁ ଏବଂ ତାପସ କୁମାର ସାହୁଙ୍କୁ ମନୋନୀତ କରାଯାଇଛି।ନୂତନ କମିଟି ଗଠନ ପରେ ସମସ୍ତ ସଦସ୍ୟ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନୂତନ ସଭାପତି ଶ୍ରୀ ସାହୁ କହିଛନ୍ତି ଯେ, ସଂଘର ଏକତାକୁ ବଜାୟ ରଖି ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଇଙ୍କ ହକ୍ ପାଇଁ ଲଢ଼ିବୁ ଏବଂ ବ୍ଲକ ପ୍ରଶାସନ ସହ ସମନ୍ୱୟ ରଖି ପଞ୍ଚାୟତର ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବୁ। ଏଥିରେ ଲାଞ୍ଜିଗଡ଼ ବ୍ଲକର ୨୬ ଗୋଟି ପଞ୍ଚାୟତର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





