ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱରର ପାଣ୍ଡରା ସ୍ଥିତ ଜଗନ୍ନାଥ ମନ୍ଦିର ସଭା ଗୃହରେ ରବିବାର ଦିନ ଭବ୍ୟ ଯାଦବ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଯାଦବ ବନ୍ଧୁ ମିଳନ କମିଟି ଭୁବନେଶ୍ୱର ପକ୍ଷରୁ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବଙ୍କ ସମେତ ଅଙ୍କୁର ଯାଦବ, ବିଶ୍ୱନାଥ ବାଗ, ଧବଳେଶ୍ୱର ବାଗ ପ୍ରମୁଖ ଯାଦବ ନେତୃବୃନ୍ଦ ଏବଂ ୩୦ଟି ଜିଲ୍ଲାର ଯାଦବ ମୁରବୀମାନେ ଯୋଗଦେଇଥିଲେ।





