ତୃଣମୂଳ ସ୍ତରରୁ ଯୁବ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ସଂକ୍ରିଗୁଡା ସ୍ଥିତ କଳାହାଣ୍ଡି ଜିଲ୍ଲା ଯାଦବ ଭବନ ଠାରେ ରବିବାର ଯୁବ ଯାଦବ ସଭା ଓ ନୂଆଁଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ପିତବାସ ବେହେରାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ ଓ ବିଶିଷ୍ଟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା ଯୋଗଦେଇ ଯୁବ ଯାଦବମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ତ୍ରିପୁରା ନାଏକ, ଉପସଭାପତି ଯୁଧିଷ୍ଠିର ଗଉଡ, ଜଗଦୀଶ ଯାଦବ, ଅଲେଖ ଗୋପାଳ ଓ କମଳ ବାଗ, ଜିଲ୍ଲା ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ, ଜିଲ୍ଲା କୋଷାଧ୍ୟକ୍ଷ ଈଶ୍ୱର ବଗର୍ତ୍ତି, ଜିଲ୍ଲା ମହିଳା ସଭାନେତ୍ରୀ ରଶ୍ମିରେଖା ରାଉତ, ସମ୍ପାଦିକା ରେବତୀ ବିଶି, କର୍ମଚାରୀ ସେଲ ସଭାପତି ମାଧବ ଲହଜଲ, ମୁଖ୍ୟ ପରାମର୍ଶଦାତା ନଳିନୀ ରଞ୍ଜନ ରାଉତ, ପୂର୍ବତନ ମହିଳା ସଭାନେତ୍ରୀ ତଥା ଆଇନଜୀବୀ ଇଲା ସେଲମା, ଜିଲ୍ଲା ଉପଦେଷ୍ଟା ଲିଙ୍ଗରାଜ ଗହୀର ଓ ପଙ୍କଜ ଗଉଡ, ପୂର୍ବତନ ଜିଲ୍ଲା ଯୁବ ଯାଦବ ସଭାପତି ଲକ୍ଷ୍ମୀ ରଞ୍ଜନ ବାଗ, ଲାଞ୍ଜିଗଡ଼ ବ୍ଲକ ସଭାପତି ରଘୁବୀର ନାଗ, ନର୍ଲା ବ୍ଲକ ସଭାପତି ଲିଙ୍ଗରାଜ କରୁଆଁ, ଗୋଲାମୁଣ୍ଡା ବ୍ଲକ ସଭାପତି ରେବା କଟା, କେସିଙ୍ଗା ବ୍ଲକ ସଭାପତି ପାନ୍ନାଲାଲ ବେମାଲ, ଧର୍ମଗଡ଼ ବ୍ଲକ୍ ସଭାପତି ଶଙ୍କର ଜୁଏଡ଼ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିବୃନ୍ଦ ନୂଆଖାଇର ତାତ୍ପର୍ଯ୍ୟ ବ୍ୟକ୍ତ କରିବା ସହ ଯୁବ ଯାଦବ ସମାଜର ଏକତା, ଭାଇଚାରା, ସାଙ୍ଗଠନିକ ଦୃଢ଼ତା, ସାମାଜିକ ଦାୟିତ୍ୱ ଓ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ଯାଦବ ଶାଖା ପରିଚୟ, ମହାସଭା ଅଧୀନତା ଓ ସାଙ୍ଗଠନିକ ଭୂମିକା, ଯୁବ ଶାଖାର ଉଦ୍ଦେଶ୍ୟ ଓ ନିୟମାବଳି ଉପରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ପିତବାସ ବେହେରା ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଯୁବ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା, ଯୁବପିଢ଼ିଙ୍କୁ ସାମାଜିକ କାର୍ଯ୍ୟ ସହ ଯୋଡ଼ିବା ଏବଂ ବିଭିନ୍ନ କ୍ଷେତ୍ରରେ ଯୁବକଯୁବତୀଙ୍କ ଅବଦାନ ବଢ଼ାଇବା ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବ୍ଲକ, ଏନ୍ଏସି ଓ ମ୍ୟୁନିସିପାଲିଟି ସ୍ତରରେ ଯୁବ ଯାଦବ ସଂଗଠନର ବିସ୍ତାର ନେଇ ଆଲୋଚନା କରାଯାଇଥିଲା। ଏଥିସହ ଯୁବପିଢ଼ିଙ୍କୁ ନେଇ ବିଭିନ୍ନ ସାମାଜିକ, ଶିକ୍ଷାମୂଳକ, ସେବାମୂଳକ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ମତବିନିମୟ ହୋଇଥିଲା। ଯଦୁପତି ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ନୂଆଖାଇ ଶୁଭେଚ୍ଛା ପରେ ପୂଜ୍ୟପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଯାଦବ ସଂପ୍ରଦାୟର ସାମ୍ବାଦିକ ହିରଣ୍ୟ ବେହେରା, ତୁଲାରାମ ବେହେରା, ଜଗଦୀଶ ନାଏକ, ନିଲେଶ କୁମାର ନାଗ, ସୁଧୀର ଗୋପାଳ, ବହ୍ମା ପ୍ରସାଦ କାଣ୍ଡ, ଲକ୍ଷ୍ମୀ ରଞ୍ଜନ ବାଗ, ତୁଲମଣୀ ନାଗ, ସଦାଶିବ ନାଗ, ରୋହିତ କୁମାର ବାଗ, ଉପେନ୍ଦ୍ର ବଗର୍ତ୍ତି, ବିରଞ୍ଚି କରୁଆଁ, ଦୁଷ୍ମନ୍ତ ଗହୀର, ମନୋଜ ପୋଢ, ଜନକ ପୋଢ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଅଭିମନ୍ୟୁ ବାଗ ଓ ଡିଲେଶ କୁମାର ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୋକସରା ବ୍ଲକ ଯୁବ ଯାଦବ ସଭାପତି ଯୋଗେନ୍ଦ୍ର ହଂସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ, ଏନ୍ଏସି ଓ ମ୍ୟୁନିସିପାଲିଟିରୁ ଯୁବ ଯାଦବ ପ୍ରତିନିଧିମାନଙ୍କ ସମେତ ଅନେକ ଯାଦବ ନେତୃବୃନ୍ଦ ଯୋଗଦେଇଥିଲେ।





