କେନ୍ଦୁଉଡ଼ାରରେ ପୋଷଣ ଅଭିଯାନ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଅଙ୍ଗନୱାଡି କର୍ମୀ ସୁମତି ବିଭାରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଜେପି ନେତା ଭୂପେନ୍ଦ୍ର ବାଗ, ପ୍ରକାଶ ବଗର୍ତ୍ତୀ, ପ୍ରମୋଦ ଭୋଇ ଅତିଥି ଭାବେ ଯୋଗଦେଇଥିଲେ | ପରିଚାଳନା ସମିତି ସଦସ୍ୟା ଦମୟନ୍ତୀ ମାଝୀ, ଶାନ୍ତିଲତା ଭୋଇ, ଗୀତାଞ୍ଜଳି ବାଗ, ଜୟନ୍ତୀ ମହାକୁର, ଆଶା କର୍ମୀ ରୁକୁଣୀ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ | ସଠିକ ଖାଦ୍ୟାଭ୍ୟାସ, ପୋଷଣର ଗୁରୁତ୍ୱ ବିଷୟରେ ବକ୍ତାଗଣ ବୁଝାଇଥିଲେ | ଶେଷରେ ଅଙ୍ଗନୱାଡି କର୍ମୀ ଦୀପା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ | ଶିଶୁ ଓ ସେମାନଙ୍କ ପିତାମାତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.