ବ୍ଳକସ୍ତରୀୟ ସାମାଜିକ ସମିକ୍ଷା ଜନଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ କାର୍ଯ୍ୟାଳୟ ସଭାଗୃହଠାରେ ମଙ୍ଗଳବାର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଳକସ୍ତରୀୟ ସାମାଜିକ ସମିକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ଏପିଓ ସୁନିଲ କୁମାର ସାହୁ ଶିବିରର ଅଧ୍ୟକ୍ଷତା କରିଥିଲେ। ଏଥିରେ ଡେପୁଟି କଲେକ୍ଟର ଅମିତ କୁମାର ବେହେରା, ବ୍ଳକ ସହକାରୀ ଯନ୍ତ୍ରୀ ଏହମ୍ମଦ ସରିଫ, ବିଏସ୍ଏ ଆଲୋକ ରଂଜନ ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ହୋଇ ମନରେଗା ଯୋଜନାରେ ସମିକ୍ଷା କରିଥିଲେ। ଏହି କ୍ରମରେ ବ୍ଳକର ବିଭିନ୍ନ ପଞ୍ଚାୟତର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଓ ଏବଂ ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ରହି ମନରେଗା ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ତଥ୍ୟ ରଖିଥିଲେ। ୩୧ ଅକ୍ଟୋବର ୨୦୨୫ ଠାରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୨୦୨୫/୨୦୨୬ ଆର୍ଥିକ ବର୍ଷରେ ବ୍ଳକରେ ମୋଟ ୧୩୮୩ ପ୍ରକଳ୍ପ ରହିଛି। ମୋଟ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ୫୮୬ ଟି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସେଥିମଧ୍ୟରୁ ୫୨୭ ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ସମୁଦାୟ ୧୩ ହଜାର ୬ ଶହ ଜବ୍ କାର୍ଡ଼ ରହିଥିବାବେଳେ ୩୧ ହଜାର ୫୭୮ ଜଣ ଶ୍ରମିକ ରହିଛନ୍ତି। ସେଥି ମଧ୍ୟରୁ ୧୮ ହଜାର ୭୯୨ ଜଣ ଶ୍ରମିକ କାର୍ଯ୍ୟ କରୁଛନ୍ତି। ତେବେ ୩୯୫ ଜଣ ଜବ୍ କାର୍ଡ଼ ହିତାଧିକାରୀ ଶହେ ଦିନ ଶ୍ରମ ଦିବସ ପାଇଥିବା ସୂଚନା ମିଳିଛି। କାର୍ଯ୍ୟ କ୍ରମରେ ଅତିରିକ୍ତ ସିପି ଆଶୁତୋଷ ମୁଣ୍ଡ, ଯନ୍ତ୍ରୀ କିର୍ତ୍ତୀ ରଞ୍ଜନ ବେହେରା, ଅଜୟ କୁମାର ସେନାପତି, ସୁକାନ୍ତ ବେହେରା, ପି.ପି ସିଂ, ସୌରବ ବେହେରା, ଶାନ୍ତନୁ ରଣା ସମେତ ବିଭିନ୍ନ ପଞ୍ଚାୟତରୁ ପିଇଓ ସମେତ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.