ଶିଶୁ ବିକାଶ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ସଦରରେ କାର୍ଯ୍ୟରତ ଶିଶୁ ବିକାଶ ଅଧିକାରୀ ମମତା ରାଣୀ ଦାସ ଗୁଣୁପୁରକୁ ବଦଳି ହୋଇଛନ୍ତି। ତେଣୁ ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କଲ୍ୟାଣସିଂହପୁର ବ୍ଲକ ଅଧିନସ୍ତ ଜଗନ୍ନାଥପୁର, ଶିକରପାଇ ଓ କଲ୍ୟାଣସିଂହପୁର ତିନଟି ଅଙ୍ଗନୱାଡି ସେକ୍ଟରର ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏଥିରେ ତିନଟି ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି  ବିଦାୟୀ ସିଡ଼ିପିଓ ଶ୍ରୀମତୀ ଦାସଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସେ ସୁପରଭାଇଜର ରେଣୁବାଳା ପରିଡ଼ାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.