ଜୁନାଗଡ଼ର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ସତ୍ୟନାରାୟଣ ପଣ୍ଡାଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ର ଜଣାଶୁଣା ସମାଜସେବୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସତ୍ୟନାରାୟଣ ପଣ୍ଡାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ନିଜ ବାସଭବନରେ ତାଙ୍କର ଦୁଇ ଝିଅ ଏବଂ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ଶ୍ରୀ ପଣ୍ଡା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ କଟକରେ ଚିକିତ୍ସିତ ହେବା ପରେ ନିଜ ବାସଭବନରେ ରହି ଚିକିତ୍ସା ଗ୍ରହଣ କରୁଥିଲେ। ଗତକାଲି ରାତିରେ ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ବାସଭବନରୁ ଏକ ଶୋଭାଯାତ୍ରାରେ ମରଶରୀରକୁ ହାତୀ ନଦୀ ସାର୍ବଜନୀନ ଶ୍ମଶାନ ଘାଟକୁ ନିଆଯାଇ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି। ଶ୍ମଶାନରେ ତାଙ୍କ ବଡ଼ ଜ୍ୱାଇଁ (ବଡ଼ ଝିଅଙ୍କ ସ୍ୱାମୀ) ମୁଖାଗ୍ନି ଦେଇଥିଲେ। ଏହି ଅନ୍ତିମ ଯାତ୍ରାରେ ଜୁନାଗଡ଼ ଗ୍ରାମର ବିଶିଷ୍ଟ ବ୍ୟକ୍ତିବିଶେଷ, ବହୁସଂଖ୍ୟକ ବିଜେପି କର୍ମୀ ତଥା ସ୍ଥାନୀୟ ଲୋକେ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.