ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ସ୍ଥିତ ଭିର୍କାପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ମନ ମାଝୀଙ୍କ କିରାନା ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ, ଭିର୍କାପଡାର ମନ ମାଝୀ ନିଜ ପରିବାର ପ୍ରତିପୋଷଣ ପାଇଁ ଏକ ଛୋଟ କିରାନା ଦୋକାନ କରିଥିଲେ। ଶନିବାର ସେ ବେଦାନ୍ତ କମ୍ପାନୀକୁ କାମ କରିବାକୁ ଯାଇଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଓ ପୁଅ ରହିଥିଲେ। ରାତିରେ ମହମବତୀ ଜାଳି ସୋଇଥିବା ବେଳେ ହଠାତ୍ ନିଆଁ ଲାଗି ଦୋକାନ ଘର ସମ୍ପୁର୍ଣ୍ଣ ଜଳିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ।





