ପରିବେଶବିତ ସୁମନ୍ତ କୁମାର ଜେନାଙ୍କ ଦ୍ଵାରା ଥାଲାସେମିଆ ରୋଗୀଙ୍କ ପାଇଁ ଆୟୋଜିତ ହେଲା ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲ୍ଲା ରକ୍ତ କେନ୍ଦ୍ର ପରିସରରେ ଥାଲାସେମିଆ ପୀଡ଼ିତ ଶିଶୁ ଓ ରୋଗୀମାନଙ୍କ ସହାୟତା ପାଇଁ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ପରିବେଶବିତ୍ ତଥା ଜଣାଶୁଣା ସାମାଜିକ କର୍ମୀ ସୁମନ୍ତ କୁମାର ଜେନା ଓ ତାଙ୍କ ସହଧମିର୍ଣୀ ସୁଲୋଚନା ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ମହତ୍ ଶିବିରକୁ ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ,ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସମ୍ପାଦକ ଇଂ. ହୃଷୀକେଶ ସାହୁ, ସହଦେବଖୁଣ୍ଟା ଆଇଆଇସି ଆଲୋକ ସାହୁ, ସାଙ୍ଗଠନିକ ସମ୍ପାଦକ ସୀମନ ଦାସ ମହାପାତ୍ର, କବି ପ୍ରଶାନ୍ତ ଦାସ, ଯୁବ ସମାଜସେବୀ ତଥା ଆଇନଜୀବୀ ଶାହିରୁଲ ହକ, ଯୁବ ସମାଜସେବୀ ବିକାଶ ପାଢ଼ୀ,ଜେ ଜେ ଟ୍ୟୁଟୋରିଆଲର ନିର୍ଦ୍ଦେଶକ ଜଗନ୍ନାଥ ସାସମଲ, ସମାଜସେବୀ ଆଶ୍ରିତା ତରେଇ, ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ‘ସମୟ ଚକ୍ର’ ସମ୍ପାଦକ ସର୍ବେଶ୍ଵର ଜେନା, ସମାଜସେବୀ ସୁଶାନ୍ତ ଧଳ, ପ୍ରଶାନ୍ତ ଧଳ, ହେମନ୍ତ ସାହୁ ବିରେନ୍ଦ୍ର ବେଉରିଆ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସାମ୍ପ୍ରତିକ ସମୟରେ ଥାଲାସେମିଆ ରୋଗୀଙ୍କ ପାଇଁ ଦେଖାଦେଉଥିବା ରକ୍ତ ସଙ୍କଟକୁ ଦୂର କରିବା ପାଇଁ ପ୍ରତ୍ୟେକ ମାସ ଶ୍ରୀ ଜେନାଙ୍କ ଦ୍ଵାରା ଏହି ମହତ୍ କାର୍ଯ୍ୟକ୍ରମ ହୋଇ ଆସୁଛି। ଏହି ମହତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅଞ୍ଚଳର ବହୁ ସଂଖ୍ୟକ ଯୁବକ, ମହିଳା ଓ ସ୍ବେଚ୍ଛାସେବୀ ଆଗେଇ ଆସି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରରୁ ମୋଟ ୬୧ ୟୁନିଟ୍ ବହୁମୂଲ୍ୟ ରକ୍ତ ସଂଗୃହୀତ ହୋଇଥିଲା।

ସ୍ମୃତି କମିଟିର ସଦସ୍ୟ ସମାଜସେବୀ ସୁଶାନ୍ତ ଧଳ, ସ୍ଵେଚ୍ଛାସେବୀ ସୁଜିତ୍ ନାୟକ, ବିଶ୍ଵଜିତ ମୁଦୁଲି, ଅଜୟ ବେହେରା, ଚନ୍ଦନ ବିଶ୍ଵାଳ, ମୃତ୍ୟଞ୍ଜୟ ଜେନା, ନଗେନ୍ ବେହେରା, ରଞ୍ଜନ ମହାନ୍ତି, ରାଜେଶ ସିଂହ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ରକ୍ତ କେନ୍ଦ୍ରର ଅଧିକାରୀ ଓ ରକ୍ତ ଭଣ୍ଡାର କର୍ମକର୍ତ୍ତାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ଶେଷରେ ଆୟୋଜକ ସମସ୍ତ ରକ୍ତଦାତା ଓ ସହଯୋଗୀଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଶିବିର ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ଥାଲାସେମିଆ ରୋଗୀଙ୍କ ସହାୟତା ପାଇଁ ଆୟୋଜିତ ଏହି ରକ୍ତଦାନ ଶିବିର ସମାଜରେ ମାନବିକତା, ସେବା ଓ ସହଯୋଗର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.