ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏମ ରାମପୁର ପିଡବ୍ଲୁଡି ଡାକବଙ୍ଗଳାରେ କଂଗ୍ରେସ ଓ ସିପିଆଏମର ମିଳିତ ବୈଠଜ ବସି ଅକ୍ଟୋବର ୮ ତାରିଖ ଓଡିଶା ବନ୍ଦ ଳକୁ ସଫଳ କରିବାକୁ ନିଷ୍ପତି ନିଆଯାଇଛି। ଆସନ୍ତା କାଲି ପାଞ୍ଚ ତାରିଖ ଦିନ ଏକ ଶୋଭାଯାତ୍ରାରେ ବନ୍ଦ ସପକ୍ଷ ଳରେ ପ୍ରଚାର କରାଯିବ। ଉକ୍ତ ବୈଠକ ସିପିଆଏମ ରାଜ୍ୟ କମିଟି ସଭ୍ୟ ବିଶ୍ୱଜିତ ଚଟର୍ଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ ଜିଲ୍ଲା ସମ୍ପାଦକ ଚିତ୍ତ ରଞ୍ଜନ ବାଗ, କଂଗ୍ରେସ ବ୍ଲକ ସଭାପତି ରୁଦ୍ର ସିଂ, ସିପିଆଏମ ଜିଲ୍ଲା ସମ୍ପାଦକ ସତ୍ୟଜିତ ଚଟର୍ଜି, ରାମପୁର ଟାଉନ ସମ୍ପାଦକ ତଥା ସିପିଆଏମ ଜିଲ୍ଲା କମିଟି ସଭ୍ୟ ଗଙ୍ଗାଧର ପ୍ରହରାଜ, ଚମରା ବଗର୍ତି, ଯଶୋଦା ବାଗ, ଦୁଷ୍ମନ୍ତ ରଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ମତାମତ ଦେଇଥିଲେ।





