ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼ (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ କ୍ଲଷ୍ଟରରେ ସୋମବାର ୪ ଜଣ ନୂତନ କ୍ଲଷ୍ଟର ସଂଯୋଜକ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଯୋଗଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀ ରୁଷିଆ ମେହେର ନବ ନିଯୁକ୍ତ ସିଆରସିସି ମାନଙ୍କୁ ସ୍ୱାଗତ କରିଥିଲେ। ମସ୍କାଗୁଡ଼ା କ୍ଲଷ୍ଟରରେ ଟଙ୍କଧର ବାଗ, ବନ୍ଦପାରୀ କ୍ଲଷ୍ଟରରେ ହିମାଂଶୁ ଶେଖର ମେହେର,ଚମ୍ପାଦେଇପୁକ୍ଲଷ୍ଟରରେ ବିନୋଦ କୁମାର ମହାରଣା ଏବଂ ହରେକୃଷ୍ଣପୁର କ୍ଲଷ୍ଟରରେ ବିଭୂତି ଭୂଷଣ ହରିଜନ ନୂତନ ଭାବେ ଯୋଗ ଦେଇଛନ୍ତି। ସମସ୍ତ ନବ ନିଯୁକ୍ତ ସିଆରସିସି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।





