ଖୋଲାଗଲା ମା ତାରାତାରିଣୀ ପୀଠର ଦାନ ହୁଣ୍ଡୀ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ମାଆ ତାରାତାରିଣୀ ଙ୍କ ପାହାଡ଼ ଉପରେ ଥିବା ଦାନ ହୁଣ୍ଡି ପେଡି ଦଶହରା ପୂର୍ବରୁପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ
ଅଧିକାରୀ ଓ ଅନ୍ୟାନ୍ୟ ଷ୍ଟାଫ ଙ୍କ ଉପସ୍ଥିତି ରେ ଏହା ଖୋଲା ଯାଇଛି | ହୁଣ୍ଡି ଖୋଲା ଗଲା ପରେ ବାହାରିଲା ବହୁ ସୁନା, ରୁପା ଅଳଙ୍କାର, ବିଦେଶୀ ମୁଦ୍ରା ସହ ଶ୍ରଦ୍ଧାଳୁ ଙ୍କ ଭାବ ବିହ୍ଵକ ଚଠି | ଭାରତର ଚାରି ଆଦିଶକ୍ତି ପୀଠ ମଧ୍ୟରେ ଅନ୍ୟତମ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠର ଖୋଲିଲା ଦାନ ହୁଣ୍ଡୀ l ମା ଙ୍କ ପୀଠର ଗର୍ଭ ଗୃହ,ମୁଖ୍ୟ ଦ୍ୱାରରେ ରହିଥିବା ପାଞ୍ଚ ଦାନ ହୁଣ୍ଡୀ କୁ ଆଜି ଖୋଲିଛି ପ୍ରଶାସନ l ଦୀର୍ଘ ଛଅ ମାସ ପରେ ମା ଙ୍କ ଦାନ ହୁଣ୍ଡୀ ଖୋଲିଥିବା ବେଳେ ହୁଣ୍ଡିରୁ ଶ୍ରଦ୍ଧାଳୁ ଦାନ କରିଥିବା ଲକ୍ଷାଧିକ ଟଙ୍କା ସହ ବହୁ ସୁନା, ରୁପା ଅଳଙ୍କାର, ବିଦେଶୀ ମୁଦ୍ରା ବାହାରିଛି l ବିଶେଷକରି ମା ଙ୍କୁ ନିଜ ଦୁଃଖ ଜଣାଇଥିବା ବହୁ ଶ୍ରଦ୍ଧାଳୁ ଙ୍କ ଚିଠି ହୁଣ୍ଡିରୁ ଉଧାର ହୋଇଛି l ନିଜ ପରିବାର ର ମଙ୍ଗଳ ଏବଂ ଭଲ ଚାକିରୀ କରାଇଦେବାକୁ ଶ୍ରଦ୍ଧାଳୁ ମାନେ ମା ଙ୍କୁ ଚିଠି ଜରିଆରେ ଜଣାଇଥିବା ବେଳେ ଶ୍ରଦ୍ଧାଳୁ ଙ୍କ ଭାବବିହ୍ୟୁଳ ନିବେଦନ ମା ପୂରଣ କରନ୍ତୁ ବୋଲି କହିଛନ୍ତି ପୂଜକ l ତେବେ ଗଣତି କାର୍ଯ୍ୟରେ ପୁରୁଷୋତ୍ତମପୁର ତହସିଲ ର ସମସ୍ତ କର୍ମଚାରୀ ଙ୍କ ସମେତ ପୋଲିସ, ବ୍ୟାଙ୍କ କର୍ମଚାରୀ ଲାଗିଥିବା ବେଳେ ଗଣତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରିରହିବା ନେଇ ଅନୁମାନ କରାଯାଉଛି l ତେବେ ପୁରୁଷୋତ୍ତମପୁର ପୋଲିସ ଅଧିକାରୀ କୂଳମଣି ସେଠୀ,ଓ ଥାନା ଷ୍ଟାଫସେବାୟତ, ମାନେ, ମୁଖ୍ୟ ପୂଜକ ବାପୁଜୀ ରଣା, ଦେବେନ୍ଦ୍ର ନାଥ ରଣା ସେବାୟତ ସଭାପତି ତପନ କୁମାର ରଣା ଙ୍କ ସହିତ ସମସ୍ତ ମନ୍ଦିର ଷ୍ଟାଫ ଙ୍କ ଉପସ୍ଥିତି ରେ ମୋଟ 25,91,743, ନଗଦ ଓ ସୁନା ରୁପା, ବିଦେଶୀ ମୁଦ୍ରା ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.