ଝାଡ଼ବାଇ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଝାଡବାଇ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ଗାଗନା ପୁର ପ୍ରାଇମେରୀ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକପଞ୍ଚାନନ ସେଠୀ ଓ ସହକାରୀ ଶିକ୍ଷକ ଇ ରମେଶ ଙ୍କ ସଂଯୋଜନା ରେ ଆରମ୍ଭ ହୋଇଥିଲା |ସ୍କୁଲ ସଭାପତି ଅଭିମନ୍ୟୁ ସେଠୀ ଏହାକୁ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ,ମୁଖ୍ୟ ବକ୍ତା ଭାବେପୂର୍ବତନ ବିଇଓ ଶ୍ରୀ ହରେକୃଷ୍ଣ ପଣ୍ଡା, ସମ୍ନାନୀତଅତିଥି ଭାବେ ବିଜୟ କୁମାର ବେହେରା,ଦେବରାଜ ବେହେରା, ଏବିଇଓ ଭକ୍ତ ବତ୍ସଳଜାନି, ଯୁଧିଷ୍ଠିର ସାହୁ, ଆଇ ରାମରାଓ,ଶ୍ରୀମତୀ ବିଷ୍ଣୁ ପ୍ରିୟା ମହାରଣା, ପ୍ରଦୀପ କୁମାର ବେହେରା, ଲକ୍ଷ୍ମୀ ନାରାୟଣ ପାତ୍ର,ମଞ୍ଚାସିନ ରହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ |
ଏଥିରେ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗଦେଇଥିଲେ।ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ | ଏହାକୁ ମୁଖ୍ୟ ଭାବେ ଭଗବାନ ପାତ୍ର,ରାମୁଲ ପାତ୍ର, କେ ପୁରୁଷୋତ୍ତମ ଦୋରା, ପ୍ରସାଦ ଦୋରା, ଗଣପତି ନାହାକ, ଚରଣ ବେହେରା, ଦାଶରଥି ପାଇକ, ନୟନ ନାୟକ, ଅଭୟ ତ୍ରିପାଠୀ, ବଂଶୀଧର ବେହେରା ସହଯୋଗ କରିଥିଲେ | ଏବଂକେ ସାମନ୍ତରା ପୁର ପ୍ରାଇମେରୀ ସ୍କୁଲ ର ଅକ୍ଷୟ ସାର ସାଂସ୍କୃତିକ କାର୍ଯ୍ୟକୁ ପରିଗାଳନା କରିଥିଲେ | ଓ ସେହି ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଓ ଗ୍ରାମବାସୀ, ଯୁବକ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.